ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦୁଇ ଦଫା ଦାବିପତ୍ର ପ୍ରଦାନ

ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦୁଇ ଦଫା ଦାବିପତ୍ର ପ୍ରଦାନ

ରାଉରକେଲା,୧୮/୧୨ : ସୁନ୍ଦରଗଡ଼ ପ୍ରାଥମିକ ଶିକ୍ଷକ ସଂଘ( NPS) ତରଫରୁ ୧୫ରୁ ଊର୍ଦ୍ଧ୍ବ ଶିକ୍ଷକ ମଙ୍ଗଳବାର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଭେଟି ୨ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ଦୁଇ ଦଫା ମଧ୍ୟରେ ଆନ୍ତଃ ଜିଲ୍ଲା(ଜିଲ୍ଲା ଭିତର)ବଦଳି ପ୍ରକ୍ରିୟାକୁ କାର୍ଯ୍ୟକୁ ଆରମ୍ଭ କରିବା ବହୁ ଦିନ ଧରି ବନ୍ଦ ହୋଇ ରହିଥିବା ପ୍ରମୋସନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଭଳି ଦାବି ରହିଛି । ଏହି ସମୟରେ ସଂଘର ସଭାପତି ଲକ୍ଷ୍ମଣ ପଟେଲ, ସାଧାରଣ ସମ୍ପାଦକ ଧରଣିଧର ମଲ୍ଲିକ, ପଶ୍ଚିମ ଓଡ଼ିଶା ଆବାହକ ରାମଲାଲ ପଟେଲ, ପୁଲିନ୍ଦ୍ର ଦେହୁରୀଆ, ସାଙ୍ଗଠନିକ ସମ୍ପାଦକ ରାମଶଙ୍କର ପଟେଲ, ଦିଲ୍ଲିପ ପଟେଲ, ସଞ୍ଜୀବ ନାଏକ, ସତ୍ୟବ୍ରତ ନାଏକ, ଲିବିନ ଟେଟେ, ପାନୁ ଲାକ୍ରା, ସଞ୍ଜିତ ତନ୍ତ୍ରୀ, ମିଡ଼ିଆ କୋଡିନେଟର ସୁଶିଲ ପତି ପ୍ରମୁଖ ଉପସ୍ଥିତ ଥିଲେ । 

ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି ଯେ, DEO ଆସିଲେ ତାଙ୍କ ସହ କଥା ହୋଇ ବଦଳି, ପ୍ରମୋସନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବେ ।