ବନ୍ଦ ହେଲା ରୁକୁଣା ରଥଟଣା

ବନ୍ଦ ହେଲା ରୁକୁଣା ରଥଟଣା

ଭୁବନେଶ୍ବର,୨୬/୩ : ବନ୍ଦ ହେଲା ରୁକୁଣା ରଥ ଟଣା । ଏକାମ୍ର କ୍ଷେତ୍ରରେ ଆଜି ପାଇଁ ବନ୍ଦ ହୋଇଛି ରୁକୁଣା ରଥ ଟଣା । ଆସନ୍ତାକାଲି ଦିନ ୨ଟାରୁ ପୁଣି ଆରମ୍ଭ ହେବ ରଥ ଟଣା । ରୁକୁଣା ରଥ ଟଣା ହେଉଥିବାବେଳେ କାଳବୈଶାଖୀ ବର୍ଷା ହୋଇଥିଲା । ରୁକୁଣା ରଥଟଣାରେ ବାଧକ ସାଜିଥିଲା ବର୍ଷା । 

ଏହାପରେ ରାସ୍ତାକଡ଼ରେ ରହିଥିବା ବାଇକ୍ ଉପରେ ମାଡ଼ି ଯାଇଥିଲା ଚକ । ଯେଉଁଥିରେ ଅନେକ ବାଇକ କ୍ଷତି ଗ୍ରସ୍ତ ମଧ୍ୟ ହୋଇଛି । ଗୋଟିଏ କୋଣରୁ ଚାଲିଯାଇଥିବାରୁ ବାଇକ ଗୁଡ଼ିକ ଉପରେ ମାଡ଼ି ଯାଇଥିଲା ।