ବିଜୁ ବାବୁ ଜଣେ ମହାନ ସ୍ବାଧୀନତା ସଂଗ୍ରାମୀ ଥିଲେ : ନିଶିକାନ୍ତ ଦୁବେ

ବିଜୁ ବାବୁ ଜଣେ ମହାନ ସ୍ବାଧୀନତା ସଂଗ୍ରାମୀ ଥିଲେ : ନିଶିକାନ୍ତ ଦୁବେ

ନୂଆଦିଲ୍ଲୀ,୩୦/୩ : ବିଜୁ ପଟ୍ଟନାୟକ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ନିଶିକାନ୍ତ ଦୁବେ ସ୍ପଷ୍ଟ କରିଛନ୍ତି, ମୁଁ ମୋର କୌଣସି ଟ୍ବିଟ୍‌ରେ ବିଜୁ ବାବୁଙ୍କୁ ଟାର୍ଗେଟ୍‌ କରି ନ ଥିଲି। ଯଦି ମୋ ଟ୍ବିଟ୍‌ କାହାକୁ ଆଘାତ ଦେଇଥାଏ, ତା ହେଲେ ମୁଁ ତାଙ୍କୁ ବୁଝାଇବି। ବିଜୁ ବାବୁ ଜଣେ ମହାନ ସ୍ବାଧୀନତା ସଂଗ୍ରାମୀ ଥିଲେ।  ବିଜେପି ତାଙ୍କୁ ପୁରା ସମ୍ମାନ କରେ। ଯେତେବେଳେ କଂଗ୍ରେସ ବିଜୁ ବାବୁଙ୍କ ପ୍ରତି ଅନ୍ୟାୟ କରିଥିଲା। ସେତେବେଳେ ଜନସଂଘ ଓ ବିଜେପି ତାଙ୍କ ପାଇଁ ଛିଡ଼ା ହୋଇଥିଲା। 

ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବିବାଦୀୟ ମନ୍ତବ୍ୟକୁ କଡ଼ା ବିରୋଧ କରି ଗତକାଲି ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ସଂସଦର ଯୋଗାଯୋଗ ଏବଂ ଆଇଟି କମିଟିରୁ ଇସ୍ତଫା ଦେଇଛନ୍ତି।