ଜାତୀୟ ପତାକାକୁ ଅସମ୍ମାନକୁ ନେଇ ହାର୍ଦ୍ଦିକଙ୍କ ନାଁରେ ମାମଲା

ଜାତୀୟ ପତାକାକୁ ଅସମ୍ମାନକୁ ନେଇ ହାର୍ଦ୍ଦିକଙ୍କ ନାଁରେ ମାମଲା

ନୂଆଦିଲ୍ଲୀ,୧୨/୩  : ୨୦୨୬ ଟି୨୦ ବିଶ୍ୱକପ୍ ବିଜୟ ପରେ, ହାର୍ଦ୍ଦିକ ପାଣ୍ଡ୍ୟା ଏକ ଆଇନଗତ ସମସ୍ୟାରେ ଫସିଛନ୍ତି। ତାଙ୍କ ବିରୁଦ୍ଧରେ ଜାତୀୟ ପତାକାକୁ ଅସମ୍ମାନ କରିଥିବା ଅଭିଯୋଗ ହୋଇଛି। ପୁଣେର ଜଣେ ଓକିଲ ସେ ଜାତୀୟ ପତାକାକୁ ଅସମ୍ମାନୀତ କରିଥିବା ଅଭିଯୋଗ ଆଣିଛନ୍ତି ।

ସ୍ଥାନୀୟ ଶିବାଜୀନଗର ପୁଲିସ୍‌ ଷ୍ଟେସନରେ ୱାଜିଦ ଖାଁ ଅଭିଯୋଗ ଦାୟର କରିଛନ୍ତି । ହାର୍ଦ୍ଦିକ ସେଲିବ୍ରେଶନ ସମୟରେ ଜାତୀୟ ପତାକାକୁ ଗୁଡାଇ ଗର୍ଲଫ୍ରେଣ୍ଡ ସହ ପୋଡିୟମରେ ଶୋଇ ପଡିଥିଲେ । ଏହା ଜାତୀୟ ପତାକାକୁ ଅସମ୍ମାନ । କ୍ରିକେଟରଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ପାଇଁ ସେ ଦାବି କରିଛନ୍ତି । ପୋଲିସ ଅବଶ୍ୟ ଏ ପର୍ଯ୍ୟନ୍ତ ଏଫଆଇଆର ରୁଜୁ କରିନି ।