ଏକାମ୍ର ସଂସ୍କୃତିକ ପ୍ରକାଶନୀ ପକ୍ଷରୁ ଲିଙ୍ଗରାଜ ମହୋତ୍ସବ ୫ମ ସନ୍ଧ୍ୟା
ଭୁବନେଶ୍ୱର,୩୦/୩ : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥଯାତ୍ରା ଉପଲକ୍ଷେ ଆଜି ବାହୁଡ଼ାଯାତ୍ରାରେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଚାଲିଥିବା ଶ୍ରୀଲିଙ୍ଗରାଜ ମହୋତ୍ସବର ପଞ୍ଚମ ସନ୍ଧ୍ୟାରେ ପଦ୍ମଶ୍ରୀ ଦୁର୍ଗାଚରଣ ରାଣବୀରଙ୍କ ଦଳ ଦ୍ୱାରା ଓଡିଶୀ ନୃତ୍ୟ ପରେ ଜଳେଶ୍ୱର ଶ୍ରଦ୍ଧା କ୍ରି୍ଏଟିଭ ପକ୍ଷରୁ କୋଲକାତା ଓ ମଣିପୁରରୁ ଆସିଥିବା ଫ୍ଲୋକ ଡ୍ୟାନ୍ସ, ଶୁଭଶ୍ରୀ କ୍ରିଏଟିଭ ନୃତ୍ୟ, କେନ୍ଦ୍ରୀୟ ପୂର୍ବାଚଂଳ ସାଂସ୍କୃତିକ ପରିଷଦ ପକ୍ଷରୁ କୋଳକତାରୁ ଆସିଥିବା କଳାକାର ପୂରଲିଆ ଛଉ, କଟକ ନୃତ୍ୟମ୍ ଅନୁଷ୍ଠାନର ଫିୟୁଜନ ଡ୍ୟାନ୍ସ ଓ ସୁକନ୍ୟା ଭାରତୀୟ ସାଂସ୍କୃତିକ ଟ୍ରଷ୍ଟ ପକ୍ଷରୁ କ୍ରି୍ଏଟିଭ ନୃତ୍ୟ ପରିବେଷଣ ହୋଇଥିଲା।
ପ୍ରକାଶନୀର ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଓ ସାଧାରଣ ସମ୍ପାଦକ ସନତ ମିଶ୍ରଙ୍କ ତତ୍ୱାବଧାନରେ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ମନ୍ତ୍ରୀ ରବି ନାରାୟଣ ନାୟକ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାମ୍ବାଦିକ ବିରୁପାକ୍ଷ ତ୍ରିପାଠୀ, ପଦ୍ମଶ୍ରୀ ଦୁର୍ଗାଚରଣ ରାଣବୀର ପ୍ରମୁଖ ଯୋଗଦେଇ କଳାକାର ଓ ଓକିଲ ସଙ୍ଘ ନୂତନ କଳାକାରଙ୍କୁ ସମ୍ମାନିତ କରିଥିଲେ।
ଏଥିରେ କୋଷାଧକ୍ଷ ରତିକାନ୍ତ ମହାସୁଆର, ଯୁଗ୍ମ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ମୁଖପାତ୍ର ଡ଼ ଲିଙ୍ଗରାଜ ସାହୁ, ଗୁରୁ ଡ଼ ଗଜେନ୍ଦ୍ର ପଣ୍ଡା, ପ୍ରତିଭା ପଣ୍ଡା, ଶିବାନନ୍ଦ ରାୟ, ରଶ୍ମୀ ମହାପାତ୍ର, ଅନୁଷ୍ଠାନର କର୍ମକର୍ତ୍ତା ,ନାରାୟଣ ମହାପାତ୍ର, ବାବନ ଚନ୍ଦ୍ର ପଢିହାରୀ, କେଦାରନାଥ ମହାପାତ୍ର, ଲଲାଟେନ୍ଦୁ ମହାନ୍ତି, ଗଣେଶ ପାଲ, ସୁଧୀର ରଞ୍ଜନ ଜେନା, ପ୍ରମୋଦ କୁମାର ଦାସ, ପ୍ରତାପ ପଟ୍ଟନାୟକ, ହିମାଦ୍ରୀ ମହାପାତ୍ର, ବିଶ୍ୱନାଥ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ।

Editor 


