ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭିଡ଼ିଓ କନଫରେନ୍ସିଂରେ କଥା ହେବେ ମୋଦି

ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭିଡ଼ିଓ କନଫରେନ୍ସିଂରେ କଥା ହେବେ ମୋଦି

ନୂଆଦିଲ୍ଲୀ,୨୭/୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଜି କଥାବାର୍ତ୍ତା କରିବେ। ସନ୍ଧ୍ୟା ୬ଟା ୩୦ ମିନିଟ୍‌ରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏହି କଥାବାର୍ତ୍ତା ହେବ। ଯୁଦ୍ଧ ଯୋଗୁଁ ଦେଶରେ ରନ୍ଧନ ଗ୍ୟାସ୍‌ ଅଭାବ ସହିତ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ତେଣୁ ତୈଳ ଯୋଗାଣ ସମସ୍ୟା ସ ଶକ୍ତି ସୁରକ୍ଷାକୁ କିପରି ନିଶ୍ଚିତ କରାଯାଇପାରିବ ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସ କଥା ହେବେ।

ବୈଠକରେ ପ୍ରଧାନମନ୍ତ୍ରୀ ଉପରୋକ୍ତ ସମସ୍ୟାକୁ ଏକଜୁଟ୍‌ ହୋଇ ଅର୍ଥାତ୍‌ ‘ଟିମ୍‌ ଇଣ୍ଡିଆ’ ମନୋଭାବ ନେଇ ମୁକାବିଲା କରାଯାଇପାରିବ ତା’ ଉପରେ ଗୁରୁତ୍ବାରୋପ କରିବେ।