କବିତା କହିଲେ ମୁଁ ଯେବେ ବୁଝେ
କବିତା କହିଲେ ମୁଁ ଯେବେ ବୁଝେ - ନିରବ, ନିଛକ, ନିରୋଳା ଆତ୍ମସ୍ବୀକାରୋକ୍ତି.....ସେମାନେ ଆସନ୍ତି ନିଜର ସବୁ ଆଭୂଷଣକୁ ଉତାରିଦେଇ କେମିତି ଏକ ସରଳ ସ୍ବୀକାରୋକ୍ତିକୁ ସାଥୀରେ ନେଇ !
ଏତିକି ଅପେକ୍ଷା ରଖେ ମୁଁ...ତାଙ୍କୁ ଢାଲ କରି କେବେ ଯେମିତି ମୁଁ ମୋ ଅନ୍ଧାରକୁ ଲୁଚେଇ ନ ନିଏ , କି ଜୀବନରେ କେବେ ଆତ୍ମଶ୍ଲାଘା ନ ଭୋଗେ !
***
ପୁରୁଷ
***
ପୁରୁଷ ;
ଆସିଲା ତ ନେଇ ଆସିଲା
ମେଞ୍ଚେ ଅବିଶ୍ୱାସର ଅନ୍ଧାର
ଯାହା ଅବକାଶ ଦେଲା, ନିଜକୁ ଖୋଜିବାକୁ ଥରେ !
ଅଣ୍ଡାଳିଲି,
ଦେହ, ମନ, ଆତ୍ମା....
ପାଇଲି,
ଦେହରେ କିଛି ଦାଗ
ମନରେ କିଛି ଆବିଳତା
ଆତ୍ମାରେ କିଛି ଅନ୍ଧାର
କହିଲିନି କିଛି ବି...
ଏବେ ମୁଁ ମୂକ
ଆପେକ୍ଷାରେ ତାର
ଯେବେ ସେ ଆସିବ,କହିବି -
ଏ ସବୁକୁ ଉଜେଇ ଦେଇ ଫେରିଲ ଏତେ ଦିନେ?
ନିଅ, ମୁଁ ଯେ ତୁମର.. ତୁମର... କେବଳ ତୁମର |
••••••••
ପୁଷ୍ପାରାଣୀ ପଟେଲ
ସହକାରୀ ଶିକ୍ଷୟିତ୍ରୀ

Editor 


