କବିତା କହିଲେ ମୁଁ ଯେବେ ବୁଝେ

କବିତା କହିଲେ ମୁଁ ଯେବେ ବୁଝେ

କବିତା କହିଲେ ମୁଁ ଯେବେ ବୁଝେ - ନିରବ, ନିଛକ, ନିରୋଳା ଆତ୍ମସ୍ବୀକାରୋକ୍ତି.....ସେମାନେ ଆସନ୍ତି ନିଜର ସବୁ ଆଭୂଷଣକୁ ଉତାରିଦେଇ କେମିତି ଏକ ସରଳ ସ୍ବୀକାରୋକ୍ତିକୁ ସାଥୀରେ ନେଇ !

ଏତିକି ଅପେକ୍ଷା ରଖେ ମୁଁ...ତାଙ୍କୁ ଢାଲ କରି କେବେ ଯେମିତି ମୁଁ ମୋ ଅନ୍ଧାରକୁ ଲୁଚେଇ ନ ନିଏ , କି ଜୀବନରେ କେବେ ଆତ୍ମଶ୍ଲାଘା ନ ଭୋଗେ !

***

ପୁରୁଷ 

***

ପୁରୁଷ ; 

ଆସିଲା ତ ନେଇ ଆସିଲା 

ମେଞ୍ଚେ ଅବିଶ୍ୱାସର ଅନ୍ଧାର 

ଯାହା ଅବକାଶ ଦେଲା, ନିଜକୁ ଖୋଜିବାକୁ ଥରେ !

ଅଣ୍ଡାଳିଲି,

ଦେହ, ମନ, ଆତ୍ମା....

ପାଇଲି,

ଦେହରେ କିଛି ଦାଗ 

ମନରେ କିଛି ଆବିଳତା 

ଆତ୍ମାରେ କିଛି ଅନ୍ଧାର 

କହିଲିନି କିଛି ବି...

ଏବେ ମୁଁ ମୂକ 

ଆପେକ୍ଷାରେ ତାର 

ଯେବେ ସେ ଆସିବ,କହିବି -

ଏ ସବୁକୁ ଉଜେଇ ଦେଇ ଫେରିଲ ଏତେ ଦିନେ?

ନିଅ, ମୁଁ ଯେ ତୁମର.. ତୁମର... କେବଳ ତୁମର |

••••••••

ପୁଷ୍ପାରାଣୀ ପଟେଲ 

ସହକାରୀ ଶିକ୍ଷୟିତ୍ରୀ