ଧମାଲ୍ କରୁଛି ‘ଧୁରନ୍ଧର ୨: ଦ ରିଭେଞ୍ଜ’ ; ଜାଣନ୍ତୁ କିଏ ଆଦିତ୍ୟ ଧର

ଧମାଲ୍ କରୁଛି ‘ଧୁରନ୍ଧର ୨: ଦ ରିଭେଞ୍ଜ’ ; ଜାଣନ୍ତୁ କିଏ ଆଦିତ୍ୟ ଧର

ମୁମ୍ୱାଇ,୨୫/୩ : ଗୋଟେ ସମୟ ଥିଲା ଯେତେବେଳେ ଜେପି ଦତ୍ତାଙ୍କ ପାଟ୍ରିଓଟିକ୍ ଫିଲ୍ମର କମାଲ ବକ୍ସ ଅଫିସରେ ଦେଖିବାକୁ ମିଳୁଥିଲା। କିନ୍ତୁ ଏବେ ଆଦିତ୍ୟ ଧରଙ୍କ ପାଟ୍ରିଓଟିକ୍ ଫିଲ୍ମ ସାରାବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ଖୁବ୍ କଲେକ୍ସନ ମଧ୍ୟ କରୁଛି। ଅଭିନେତା ନିଜର କ୍ୟାରିୟରରେ ଏବେ ସୁଦ୍ଧା ୩ଟି ଫିଲ୍ମ ନିର୍ଦ୍ଦେଶନା ଦେଇଛନ୍ତି, ଯେଉଁଥିରେ ୨ ଟି ଫିଲ୍ମ ବଡ଼ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିବାବେଳେ ଏବେ ଧୁରନ୍ଧର-୨ ଫିଲ୍ମର ମଧ୍ୟ ଫିଲ୍ମ ହଲରେ ଧମାକା ଦେଖିବାକୁ ମିଳୁଛି।

‘ଧୁରନ୍ଧର : ଦ ରିଭେଞ୍ଜ’ ଆଦିତ୍ୟ ଧରଙ୍କ କ୍ୟାରିୟରର ତୃତୀୟ ଫିଲ୍ମ। ଫିଲ୍ମଟି ୩ଦିନ ମଧ୍ୟରେ ଏତେ ଟଙ୍କା ଆୟ କରିଛି ,ଯାହା କୌଣସ ଫିଲ୍ମ ନିଜର ଲାଇଫଟାଇମରେ ମଧ୍ୟ ବ୍ୟବସାୟ କରି ପାରି ନାହିଁ। ଆସନ୍ତୁ ଜାଣିବା ଫିଲ୍ମ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ କ୍ୟାରିୟର ଗ୍ରାଫ୍ ବିଷୟରେ ଏବଂ କେଉଁଭଳି ସେ ମାତ୍ର ୩ଟି ଫିଲ୍ମ ମାଧ୍ୟମରେ ସାରାବିଶ୍ୱରେ ୨୫୦୦ କୋଟି ଟଙ୍କା ଆୟ କରି ସାରିଛନ୍ତି।

ଆଦିତ୍ୟ ଥର ୨୦୧୯ ମସିହାରେ ଉରୀ ଫିଲ୍ମ ସହ ନିଜର ଡାଇରେକ୍ସନାଲ ଡେବ୍ୟୁ କରିଥିଲେ। ଏହି ଫିଲ୍ମର ବଜେଟ୍ ରିପୋର୍ଟ ମୁତାବିକ , ୪୪ କୋଟି ଟଙ୍କା ଥିଲା ଏବଂ ଫିଲ୍ମ ଏହି ତୁଳନାରେ ୩୪୨ କୋଟି ଟଙ୍କାରୁ ଅଧିକ କଲେକ୍ସନ କରିଥିଲା। ଫିଲ୍ମଟି ବ୍ଲକବଷ୍ଟର ହିଟ୍ ହୋଇଥିଲା। ଏହା ବ୍ୟତୀତ ଧୁରନ୍ଧର ଫିଲ୍ମର କଥା ଯଦି କହିବା ତ ଏହି ଫିଲ୍ମ ୨୦୨୫ ମସିହାରେ ଗୋଟି ଗୋଟି କରି ବକ୍ସ ଅଫିସରେ ସବୁ ରେକର୍ଡ ଭାଙ୍ଗି ଦେଇଛି। ଫିଲ୍ମଟି ୧୩୫୦ କୋଟି ଟଙ୍କାର କଲେକ୍ସନ କରିଥିଲା। ଏବେ ବି ଏହି ଫିଲ୍ମ ହିନ୍ଦୀ ସିନେମାର ଦ୍ୱିତୀୟ ସବୁଠୁ ଅଧିକ ଆୟ କରିଥିବା ଫିଲ୍ମ ସାଜିଛି। ବର୍ତ୍ତମାନ ୨୦୨୬ରେ ଅଧା ବର୍ଷରୁ କମ୍ ସମୟ ଅନ୍ତରାଳରେ ‘ଧୁରନ୍ଧର : ଦ ରିଭେଞ୍ଜ’ ଫିଲ୍ମ ମଧ୍ୟ ରିଲିଜ କରି ଦିଆଯାଇଛି।

ରଣବୀର ସିଂହ , ସଞ୍ଜୟ ଦତ୍ତ ଓ ରାକେଶ ବେଦିଙ୍କ ଭଳି ଆକର୍ଷଣୀୟ ଆକ୍ଟରଙ୍କ ଦ୍ୱାରା ସଜ୍ଜିତ ଏହି ଫିଲ୍ମ ସାରା ବିଶ୍ୱରେ ପସନ୍ଦ କରାଯାଉଛି। ଫିଲ୍ମ ୪ ଦିନରେ ହିଁ ସାରାବିଶ୍ୱରେ ୭୬୧କୋଟି ଟଙ୍କାର କଲେକ୍ସନ କରି ସାରିଛି। ଯଦି ଦେଖିବା ତ ଫିଲ୍ମ ବହୁତ ଦ୍ରୁତ ଗତିରେ ଆଗକୁ ବଢିବାରେ ଲାଗିଛି। ଏମିତି ଅନୁମାନ କରାଯାଉଛି ଯେ, ଏହି ଫିଲ୍ମ ରିଲିଜର ସପ୍ତାହ ମଧ୍ୟରେ ୧୦୦୦ କୋଟି ଟଙ୍କାର କଲେକ୍ସନ କରିପାରିବ। ଯଦି ଆମେ ଉରୀ , ଧୁରନ୍ଧର ଓ ଧୁରନ୍ଧର-୨ର ବର୍ତ୍ତମାନ ସୁଦ୍ଧା କଲେକ୍ସନରୁ ମିଶାଇବା ତ ଆଦିତ୍ୟ ଧରଙ୍କ ଫିଲ୍ମ ମୋଟ ୨୪୬୦ କୋଟି ଟଙ୍କାର ଏକ ଆଶ୍ଚର୍ଯ୍ୟକର କଲେକ୍ସନ କରି ସାରିଛି। ଏହା ନିଜର ଏକ ରେକର୍ଡ ଏବଂ ବୋଧହୁଏ ଇଣ୍ଡଷ୍ଟ୍ରୀରେ କୌଣସି ବି ଡାଇରେକ୍ଟରଙ୍କର ଫିଲ୍ମ ମିଶି ଏତେ ଆୟ କରି ପାରି ନାହିଁ।

ଯଦିଏ ଡାଇରେକ୍ଟର ଭାବେ ଆଦିତ୍ୟ ଧରଙ୍କ ଇଣ୍ଡଷ୍ଟ୍ରୀରେ ୮ ବର୍ଷ ହୋଇଛି , କିନ୍ତୁ ସେ ଗତ ୧୬ ବର୍ଷ ହେବ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଜଡିତ ଅଛନ୍ତି। ୨୦୧୦ ମସିହାରେ ଆସିଥିବା ପ୍ରିୟଦର୍ଶନଙ୍କ ଫିଲ୍ମ ଆକ୍ରୋଶକୁ ଫିଲ୍ମ ହଲ୍ରେ ସେତେ ପସନ୍ଦ କରାଯାଇ ନଥିଲା , କିନ୍ତୁ ପରେ ଏହି ଫିଲ୍ମକୁ ଖୁସ୍ ପ୍ରଶଂସା କରାଯାଇ ଥିଲା। ଏହି ଫିଲ୍ମର ଡାଏଲଗ୍ ଆଦିତ୍ୟ ଧର ଲେଖି ଥିଲେ। ଅନ୍ୟପଟେ ସେ ଆର୍ଟିକଲ ୩୭୦, ବାରାମୂଳା ଓ ଧୁମଧାମ୍ ଭଳି ଫିଲ୍ମରେ ମଧ୍ୟ ଲେଖିବା କାମ କରିଛନ୍ତି।