‘ଓଡ଼ିଶା ଅପଡେଟ୍’ ପକ୍ଷରୁ ନବ ବର୍ଷ ଆଇକନ୍ ଆଓ୍ବାର୍ଡ଼-୨୦୨୬
ଭୁବନେଶ୍ବର,୧୪/୪ : ମାଷ୍ଟରକ୍ୟାଣ୍ଟିନ ସ୍ଥିତ ଥିବା ବୋକା କାଫେଠାରେ ମଙ୍ଗଳବାର ‘ଓଡ଼ିଶା ଅପଡେଟ’ର ନବ ବର୍ଷ ଆଇକନ୍ ଆଓ୍ବାର୍ଡ଼-୨୦୨୬ ଆୟୋଜିତ ହୋଇଯାଇଛି । ଓଡ଼ିଆ ନୂତନ ବର୍ଷ ଏବଂ ପଣା ସଂକ୍ରାନ୍ତି ଥିବାରୁ ‘ଓଡ଼ିଶା ଅପଡେଟ’ ପରିବାର ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହାର ମୁଖ୍ୟ ବିଷୟ ବସ୍ତୁ ଥିଲା ‘ଫ୍ୟୁଚର୍ ଅଫ୍ ଓଡ଼ିଶା’ । ଓଡ଼ିଶା ଅପଡେଟର ମୁଖ୍ୟ ସମ୍ପାଦକ ଟିକାୟତ ନାୟକ ସ୍ବାଗତ ଭାଷଣ ଦେବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ।
ମୁଖ୍ୟ ଅତିଥି ଭାବେ ଓଲିଉଡ଼ର ବରିଷ୍ଠ ପ୍ରଯୋଜକ ଶ୍ରୀଯୁକ୍ତ ଅତିଶ କୁମାର ରାଉତ, ଅଭିନେତ୍ରୀ ଦେବଯାନୀ, ବିଶିଷ୍ଟ ଲେଖିକା ତଥା ବିଘ୍ନରାଜ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷା ରୋଜାଲିନ ସେନାପତି, ଥାନା ଅଧିକାରୀ ରଞ୍ଜିତ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ ।
ପ୍ରଥମେ ଓଡ଼ିଆ ନବ ବର୍ଷର ଶୁଭେଚ୍ଛା ଦେବା ସହ ଅତିଥିମାନେ ଓଡ଼ିଶାର ଭବିଷ୍ୟତକୁ ନେଇ ନିଜ ନିଜ ମତ ରଖିଥିଲେ ।
ଏହି ଅବସରରେ ସମାଜରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ‘ଓଡ଼ିଶା ଅପଡେଟ’ ପକ୍ଷରୁ ନବ ବର୍ଷ ଆଇକନ୍ ଆଓ୍ବାର୍ଡ଼-୨୦୨୬ ପ୍ରଦାନ କରାଯାଇଥିଲା ।
ଡ. ଜ୍ୟୋତ୍ସ୍ନାରାଣୀ ନାୟକ, ମୀନା କୁମାରୀ ପ୍ରଧାନ, ସଂଯୁକ୍ତା ଦାସ, ସ୍ବେତଲିନା ସ୍ବାଇଁ, ସୁନୀତା ମହାନ୍ତି, ସୁକାନ୍ତ ନାୟକ, ଟି.ସତ୍ୟନାରାୟଣ ସୁବୁଧି, ସତ୍ୟ ନାରାୟଣ ମହାନ୍ତି, ଡମ୍ବୁରୁ ବାଗ୍, ପ୍ରାଣରଞ୍ଜନ ବେହେରା, ସଙ୍କର୍ଷଣ ବେହେରା ପ୍ରମୁଖ ସମ୍ମାନୀତ ହୋଇଥିଲେ ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଆଶୁତୋଷ ପାଣି, ସ୍ୱାଗତିକା ରଥ, ଦିଲ୍ଲୀପ ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇଥିଲେ ।

Editor 


