ଗୁରୁବାର ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା

ଗୁରୁବାର ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା

ଭୁବନେଶ୍ୱର,୨୫/୩ : ଗୁରୁବାର ଅଶୋକାଷ୍ଟମୀ ତଥା ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା। ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ବୁଧବାର ନେତ୍ର ଉତ୍ସବ ତିଥିରେ ରଥ ନିର୍ମାଣ ସରି ପ୍ରତିଷ୍ଠା ହେବ । ତେବେ ମହାରଣା ସେବାୟତମାନେ ରଥ ନିର୍ମାଣ ସାରି ଆଜି ମଧ୍ୟରାତ୍ରିରେ ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି । ରଥରେ ଚକ, ଅଖ ପରେ ଭୂଇଁ ସହ ପୋଟଳ ଓ ପାରାଭାଡ଼ି କାମ ଶେଷ ହୋଇଛି ।

୧୬ଟି କୋଣସିଂହ, ବଡ଼ ଛନ୍ଧା, ସାନ ଛନ୍ଧା, ଘର ଭଙ୍ଗା କାମ ଶେଷ ହୋଇଛି। ସେହିପରି ୪ଦ୍ବାର କାମ ସହ ସିଂହାସନ ପ୍ରଭା, ବେଦିପଟ୍ଟା, ଉପର ପଟ୍ଟା କାମ ସହ ଘଣ୍ଟି ଓରା ଏବଂ ଧ୍ବଜ ବତାଲଗା ସରିଛି। ସନ୍ଧ୍ୟାରେ ବେକି, କଳସ, ଦଧିନଉତି, ଓଲଟ ଶୁଆ ଓ ଝରା ଲଗାଯାଇଛି।