୩ୟ ଥର ପାଇଁ ବିଶ୍ୱ ଚାମ୍ପିୟନ ହେଲା ‘ଟିମ୍‌ ଇଣ୍ଡିଆ’

୩ୟ ଥର ପାଇଁ ବିଶ୍ୱ ଚାମ୍ପିୟନ ହେଲା ‘ଟିମ୍‌ ଇଣ୍ଡିଆ’

ମୁମ୍ବାଇ, ୮/୩ : ଟି-୨୦ବିଶ୍ୱକପ୍‌ ଫାଇନାଲ ଜିତି ବିଶ୍ୱ ଚାମ୍ପିଅନ ହେଲା ଟିମ୍‌ ଇଣ୍ଡିଆ । ରବିବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ଏହି ମହାମୁକାବିଲାରେ ବିରୋଧୀ ନ୍ୟୁଜିଲାଣ୍ଡ ଆଗରେ ୨୫୫ ରନ୍‌ର ବିଶାଳ ସ୍କୋର କରିଥିଲା ଭାରତ। ଜବାବରେ ୧୦୦ରନ୍‌ ମଧ୍ୟରେ ନ୍ୟୁଜିଲାଣ୍ଡର ଅଧା ଟିମ୍‌ ଓ୍ବିକେଟ ହରାଇଥିଲା। ଫଳରେ ଧିରେ ଧିରେ ଦଳ ଉପରେ ଚାପ ବଢ଼ିବାରେ ଲାଗିଥିଲା। ଶେଷରେ ୧୯ ଓଭରରେ ଦଳ ୧୫୯ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଫଳରେ ଭାରତ ୯୬ ରନ୍‌ର ବିଶାଳ ରନ୍‌ରେ ବିଜେତା ହେବାର ଗୌରବ ଅର୍ଜନ କରିଛି। ଟିମ୍‌ ଇଣ୍ଡିଆ ପକ୍ଷରୁ ଜସପ୍ରିତ ବୁମ୍‌ରା, ଅକ୍ଷର ପଟେଲ ପ୍ରମୁଖ ଜବରଦସ୍ତ ବୋଲିଂ ପ୍ରଦର୍ଶନ କରିଥିଲା ।  

ପୂର୍ବରୁ ଭାରତ ୨୦୦୭ ଓ ୨୦୨୪ରେ ଚାମ୍ପିୟନ ହୋଇଥିଲା। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ୨୦୨୧ରେ ରନରଅପ୍‌ ହୋଇଥିଲା। ଆଜିର ମ୍ୟାଚ ଜିତି ଭାରତ ତୃତୀୟ ଥର ପାଇଁ ଟ୍ରଫି ହାତେଇ ରେକର୍ଡ କରିଛି। ଅପରପକ୍ଷେ ନ୍ୟୁଜିଲ୍ୟାଣ୍ଡ ପାଇଁ ଏହା ଦ୍ୱିତୀୟ ଫାଇନାଲ ଥିଲା। ୨୦୨୧ରେ ଦଳ ଫାଇନାଲରେ ପହଞ୍ଚିଥିଲେ ମଧ୍ୟ ରନର୍ସଅପ ହୋଇ ସନ୍ତୁଷ୍ଟ ହୋଇଥିଲା।