ଶ୍ରୀମନ୍ଦିରରେ ପଡ଼ିଲା ରକ୍ତ ଛିଟା, ଦର୍ଶନ ବନ୍ଦ

ଶ୍ରୀମନ୍ଦିରରେ ପଡ଼ିଲା ରକ୍ତ ଛିଟା, ଦର୍ଶନ ବନ୍ଦ

ଭୁବନେଶ୍ୱର, ୧୭/୪ : ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବଡ଼ ମହାସ୍ନାନ ଅନୁଷ୍ଠିତ ହୋଇଛି । ଶୁକ୍ରବାର ସକାଳେ ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତ ପଡ଼ିଥିବା କାରଣରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯାଇଛି । ଶୁକ୍ରବାର ଶ୍ରୀବିଗ୍ରହମାନଙ୍କ ମଙ୍ଗଳ ଆଳତି ସମୟରେ କାଠ ନିକଟରେ ରକ୍ତ ଛିଟା ପଡ଼ିଥିବା ସେବାୟତ ଦେଖିବାକୁ ଯାଇଥିଲେ ।

ଫଳରେ ସମସ୍ତ ନୀତିକୁ ବନ୍ଦ କରାଯିବା ସହ ସର୍ବ ସାଧାରଣ ଦର୍ଶନ ବନ୍ଦ କରାଯାଇଥିଲା। ପରେ ଶ୍ରୀବିଗ୍ରହଙ୍କ ମଡ ମହାସ୍ନାନ ନିମନ୍ତେ ନୀତି ଆରମ୍ଭ ହୋଇଥିଲା। ଧୁଆ ଧୋଇ ହୋଇ ଚୂନ ପାଣି ପଡିଥିଲା। ସିଂହାସନ ଧୁଆ ମହାସ୍ନାନ ପୂଜା, ମହାସ୍ନାନ ପୂଜା ଶେଷ ପରେ ମଇଲମ ହୋଇ ସମସ୍ତ ନୀତି ସମ୍ପନ୍ନ ହେବା ପରେ ପୁନଃବାର ଦର୍ଶନ ଆରମ୍ଭ ହୋଇଥିଲା।