ସ୍ୱଚ୍ଛ ସାଥି ଓ ସୁପରଭାଇଜର ସଙ୍ଘ ବାଲେଶ୍ଵର ଶାଖାର ସମ୍ମିଳନୀ, ୧0ଦଫା ଦାବି ଉପରେ ସରକାର ନିଷ୍ପତ୍ତି ନେବାକୁ ଦାବି

ସ୍ୱଚ୍ଛ ସାଥି ଓ ସୁପରଭାଇଜର ସଙ୍ଘ ବାଲେଶ୍ଵର ଶାଖାର ସମ୍ମିଳନୀ, ୧0ଦଫା ଦାବି ଉପରେ ସରକାର ନିଷ୍ପତ୍ତି ନେବାକୁ ଦାବି

ବାଲେଶ୍ଵର, ୧୧ /୮ : ବାଲେଶ୍ଵର ସ୍ୱଚ୍ଛ ସାଥି ଓ ସୁପରଭାଇଜର ବାଲେଶ୍ଵର ଶାଖା ର ଏକ ସମ୍ମିଳନୀ ଆଜି ଟାଉନ ହଲ ପରିସର ରେ ଜିଲ୍ଲା ସଭାପତି ସସ୍ମିତା ବେହେରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସର ରେ ସଭାପତି ଶ୍ରୀମତୀ ବେହେରା ସଙ୍ଘ ର ଦଶ ଟି ମୁଖ୍ୟ ଦାବି କୁ ସରକାର ଅବିଳମ୍ବେ ମାନି ନେବାକୁ ଅନୁରୋଧ କରିଥିଲେ। ନଗର ଉନ୍ନୟନ ବିଭାଗ ଦୁଇଟି ଚିଠି ରେ ସେମାନଙ୍କ ଦରମା ବୃଦ୍ଧି ପାଇଁ ଗତ ମାର୍ଚ୍ଚ ମାସ ବାର ତାରିଖ ରେ ନିଷ୍ପତି ନେଇଥିବାରୁ ଅବିଳମ୍ବେ ତାହା କାର୍ଯ୍ୟକାରୀ କରିବା, ସ୍ଥାୟୀ ନିଯୁକ୍ତି ପ୍ରଦାନ, ସ୍ଥlୟୀ କର୍ମଚାରୀଙ୍କ ଭଳି ସବେତନ ଛୁଟି, ଛୁଟି ଦିବସ ରେ କାମ କଲେ ଦୁଇଗୁଣ ଦରମା ପ୍ରଦାନ, ୟୁଜର୍ସ ଫି 'ଆଦାୟ ବେଳେ ସ୍ୱଚ୍ଛ ସାଥି ଓ ସୁପର ଭାଇଜର ମାନଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରୁଥିବା ବ୍ୟକ୍ତି ଙ୍କ ବିରୋଧ ରେ କାର୍ଯ୍ୟନୁଷ୍ଠାନ ପାଇଁ ନିୟମ ପ୍ରଣୟନ, ଫି 'ଆଦାୟ ବାବଦ ଅର୍ଥ ସଂଗ୍ରହ ସହିତ ସେମାନଙ୍କ ଦରମା କୁ ସଂଯୁକ୍ତ କରିବା, ବୀମାଭୁକ୍ତ କରିବା, ପ୍ରସୂତି କାଳୀନ ସୁବିଧା ସୁଯୋଗ ସହ ବେତନ ପ୍ରଦାନ, ଇ ଏସ ଆଇ ଓ ଇପି ଏଫ ପ୍ରଦାନ ବ୍ୟବସ୍ଥା, ବର୍ଷା ଋତୁ ରେ ବର୍ଷାତି ଜ୍ୟାକେଟ ଓ ଶୀତ ଋତୁ ରେ ଗରମ ପୋଷାକ ପ୍ରଦାନ, ଦୁଇଚକିଆ ଯାନ ସରକାର ଙ୍କ ପକ୍ଷରୁ ପ୍ରଦାନ ଲାଗି ଦାବି କରାଯାଉଛି।

ଏହି ସମ୍ମିଳନୀ ରେ ସଙ୍ଘ ର ଆଇନ ପରାମର୍ଶ ଦାତା ଲକ୍ଷ୍ମଣ ବେହେରା, ସମ୍ପାଦିକା ସସ୍ମିତା ରଣା, କାର୍ଯ୍ୟକାରୀ ଅଧ୍ୟକ୍ଷା ରିତାଞ୍ଜଳୀ ସିଂ, ରେମୁଣା ଏନ ଏ ସି ସଙ୍ଘ ର ସଭାପତି ସାଗରିଜା ମହାରଣା, ସମ୍ପାଦିକା ସନ୍ଧ୍ୟlବତୀ ଜେନା ପ୍ରମୁଖ ଉଦବୋଧନ ଦେଇ ନୂତନ ସରକାର ସଙ୍ଘର ଦାବି ଗୁଡ଼ିଜ ଉପରେ ବିଚାର କରିବେ ବୋଲି ଆଶା ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମ ପରିଚାଳନାରେ ସୁଭଦ୍ରା ପାତ୍ର, ଝରଣା ପାତ୍ର, ଦମୟନ୍ତୀ ପଣ୍ଡିତ, ଅମିତା ପିରି, ମିନାକ୍ଷୀ ପଣ୍ଡା, ନମିତା ରାଜ, ଶ୍ୟାମଳୀନି ନନ୍ଦି, ସନ୍ଧ୍ୟା ମହାରଣା, ରଂଞ୍ଜିତା ମାଝି, ବବିତା ନନ୍ଦ, ରଶ୍ମିତା ସିଂ, କନିଜ ଫାତେମା, ଫରିଦା ବିବି, ଦୀପ୍ତି ଦାସ, ଶାନ୍ତି ଲତା ଜେନା, ନମିତା ଚାନ୍ଦ, ଶୁଭ ଶ୍ରୀ ମହାନ୍ତି ଓ ସାବିତ୍ରୀ କମିଳା ଙ୍କ ସମେତ ବହୁ ସ୍ୱଛ ସାଥୀ ଓ ସ୍ୱଛ ସୁପରଭାଇଜର ସହଯୋଗ କରି ଥିଲେ।