ଗାୟିକା ଆଶା ଭୋସ୍ଲେଙ୍କ ପରଲୋକ
ମୁମ୍ବାଇ, ୧୨/୪ : କିମ୍ବଦନ୍ତୀ ଗାୟିକା ଆଶା ଭୋସ୍ଲେଙ୍କ ପରଲୋକ। ଆଶାଙ୍କ ପରଲୋକ ନେଇ ତାଙ୍କ ପୁଅ ଆନନ୍ଦ ଭୋସ୍ଲେ ସୂଚନା ଦେଇଛନ୍ତି। ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲ୍ରେ ତାଙ୍କର ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା।
ପ୍ରାୟ ୭ ଦଶନ୍ଧିରୁ ସେ ତାଙ୍କ ସୁମଧୁର ଏବଂ ମନମୁଗ୍ଧକର ଗୀତ ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ କରିଆସୁଛନ୍ତି। ତାଙ୍କ ଗୀତକୁ ଦେଶ ଏବଂ ବିଦେଶରେ ମଧ୍ୟ ଲୋକ ଭଲ ପାଆନ୍ତି। ଗତକାଲି ଛାତିରେ ସଂକ୍ରମଣ ଯୋଗୁଁ ତାଙ୍କୁ ହଠାତ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Editor 


