ରିଙ୍କୁ ସିଂହଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ରିଙ୍କୁ ସିଂହଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ,୨୫/୩ : ରିଙ୍କୁ ସିଂହଙ୍କୁ ଗୁରୁ ଦାୟିତ୍ୱ ମିଳିଛି । ଆଗାମୀ ଆଇପିଏଲ ସିଜନ ପାଇଁ ରିଙ୍କୁ ସିଂହ କୋଲକାତା ନାଇଟ ରାଇଡର୍ସ ଦଳର ଉପ ଅଧିନାୟକ ନିଯୁକ୍ତ ହୋଇଛନ୍ତି । ଗତ ବର୍ଷ ଭଳି ଅଜିଙ୍କ୍ୟ ରାହାଣେ ଏଥର ମଧ୍ୟ ଦଳର ନେତୃତ୍ୱ ନେବେ ।

ନାଇଟ ରାଇଡର୍ସ ଦଳର ପରିଚାଳନା ନିର୍ଦ୍ଦେଶକ ଭେଙ୍କି ମୈସୂର ରିଙ୍କୁଙ୍କୁ ଉପ ଅଧିନାୟକ ଦାୟିତ୍ୱ ପ୍ରଦାନ କରିଥିଲେ । ଗତ ସିଜନରେ ଭେଙ୍କଟେଶ ଆୟର ଉପ ଅଧିନାୟକ ରହିଥିଲେ । ମାତ୍ର ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ତାଙ୍କୁ ଏଥର ନାଇଟ୍‌ ରାଇଡର୍ସ ବିଦାୟ ରାସ୍ତା ଦେଖାଇଥିଲା । ମିନି ନିଲାମରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୭କୋଟି ଟଙ୍କା ମୂଲ୍ୟରେ ଭେଙ୍କଟେଶଙ୍କୁ କିଣିଥିଲା । ରିଙ୍କୁ ୨୦୧୮ରୁ ନାଇଟ୍‌ ରାଇଡର୍ସ ଦଳର ସଦସ୍ୟ ରହିଛନ୍ତି । ରିଙ୍କୁ ସିଂହଙ୍କ ଦଳ କୋଲକାତା ନାଇଟ୍ ରାଇଡର୍ସ, ମାର୍ଚ୍ଚ ୨୯ରେ ଆଇପିଏଲ ଅଭିଯାନ ଆରମ୍ଭ କରିବ । ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳିବ କୋଲକାତା । ଏହି ମ୍ୟାଚ୍ ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ ।