ସମସ୍ୟା ଘେରରେ ଯୋଗାଣ ସହାୟକ ; ୪ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଖୁଣ୍ଟା,୨୬/୯ : ଗୋପବନ୍ଧୁନଗର ବ୍ଲକ ସାହାୟକ ଓ ସହାୟୀକା ସଂଘ ପକ୍ଷରୁ ୪ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟର ଏକ ଦାବିପତ୍ର ଉଦଳା ବିଧାୟକ ଭାସ୍କର ମଢ଼େଇଙ୍କୁ ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଓଡ଼ିଶା ସରକାରଙ୍କ ଖାଉଟି ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟରେ ସାହାୟକ ଓ ସହାୟୀକାମାନେ ଗତ ୧୦ବର୍ଷ ଧରି ସ୍ଵଳ୍ପ ଦରମା ପାଇଁ ନିଷ୍ଠାର ସହିତ କାର୍ଯ୍ୟ କରି ଆସୁଛନ୍ତି । ଏପରିକି ପଞ୍ଚାୟତର ସାଧାରଣ ବଣ୍ଟନ ବ୍ୟବସ୍ଥା ସହିତ ଇ- କେୱାଇସି, କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟ ତୁଲାଇ ଆସୁଛନ୍ତି ।
ବିଗତ ମହାମାରୀ କରୋନା କାଳରେ ଯୋଗାଣ ସହାୟକମାନେ ବୃଦ୍ଧବୃଦ୍ଧାମାନଙ୍କୁ ସେମାନଙ୍କ ଘରକୁ ଯାଇ ଚାଉଳ , ଭତ୍ତା ଇତ୍ୟାଦି ପ୍ରଦାନ କାର୍ଯ୍ୟ ନିଷ୍ଠାର ସହିତ ତୁଲାଇ ଆସିଥିଲେ । ସ୍ଵଳ୍ପ ବେତନ ପାଇ ଆସୁଥିବା ଏହି ଯୋଗାଣ ସହାୟକମାନଙ୍କ ପରିବାର ପ୍ରତିପୋଷଣ ଆଜିର ଦିନରେ କଷ୍ଟକର ହୋଇପଡ଼ୁଛି । ତେବେ ଦୀର୍ଘ ବର୍ଷ ଧରି ଯୋଗାଣ ସହାୟକଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ ମଧ୍ୟ ତାଙ୍କ ନିଯୁକ୍ତିର କୌଣସି ସ୍ଥାୟିତ୍ୱ ନ ଥିବାକୁ ନେଇ ସେମାନଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି କରିଛି l
ଏଣୁ ସରକାରଙ୍କ ନୂଆ ନିୟମ ଅନୁଯାୟୀ ଯୋଗାଣ ସହାୟକ ଓ ସହାୟୀକା ମାନଙ୍କ ଶିକ୍ଷାଗତ ଯୋଗ୍ୟତାକୁ ଆଧାରକରି ଦରମାକୁ ୨୫ହାଜାର ଟଙ୍କାକୁ ବୃଦ୍ଧି କରିବା, ୨୩ ମସିହାଠାରୁ ପିଡ଼ିଏସ ସାମଗ୍ରୀ ବିନାମୂଲ୍ୟରେ ବଣ୍ଟନ କରାଯାଉଥିବା ଯୋଗୁଁ ସେଥିରୁ ନଗଦ ଆୟ ହେଉନାହିଁ । କେବଳ ଖାଲି ଅଖା ବିକ୍ରିର ଆୟରୁ ଆନୁସଂଗିକ ଖର୍ଚ୍ଚ ସହିତ ପରିଶ୍ରମିକ ଭରଣା କରିବା ସମ୍ଭବ ହେଉନାହିଁ । ତେଣୁ ଦରମାର ଅର୍ଥ ରାଶି ସରକାରଙ୍କ ପକ୍ଷରୁ ସେମାନଙ୍କୁ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତା ମାଧ୍ୟମରେ ପ୍ରଦାନ କରରାଯିବା, ଅନ୍ୟ ବିଭାଗ ପରି ନିଯୁକ୍ତିର ୬ ବର୍ଷ ପରେ ଯୋଗାଣ ସହାୟକମାନଙ୍କୁ ନିୟମିତ ଚାକିରିର ମାନ୍ୟତା ପ୍ରଦାନ କରିବା ସହ ୯ ହଜାର ୩୦୦ ସ୍କେଲରେ ଦରମା ପ୍ରଦାନ ଏବଂ ପଞ୍ଚାୟତର ପିଡ଼ିଏସର ସମସ୍ତ କାର୍ଯ୍ୟ ପାଇଁ ସେମାନେ ଉତ୍ତରଦାୟୀ ରହୁଥିବାରୁ ସେମାନଙ୍କ ନାମରେ ଲାଇସେନ୍ସ ପ୍ରଦାନ କରାଯିବା ଇତ୍ୟାଦି ୪ ଦଫା ଦାବି ନେଇ ଏହି ଦାବିପତ୍ର ପ୍ରଦାନ କରାଯାଇଥିବା ଯୋଗାଣ ସହାୟକ ସଂଘ ପକ୍ଷରୁ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୁଚନା ପ୍ରଦାନ କରାଯାଇଛି ।