ରୋଗାଗ୍ରସ୍ଥ ଗୋମାତାଙ୍କୁ ଗୋଶାଳାକୁ ସ୍ଥାନାନ୍ତର କଲା ଶ୍ରୀ ଜଗନ୍ନାଥ ଟ୍ରଷ୍ଟ

ରୋଗାଗ୍ରସ୍ଥ ଗୋମାତାଙ୍କୁ ଗୋଶାଳାକୁ ସ୍ଥାନାନ୍ତର କଲା ଶ୍ରୀ ଜଗନ୍ନାଥ ଟ୍ରଷ୍ଟ

କେନ୍ଦ୍ରାପଡ଼ା, ୨୭/୧୧ : କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ୯ନମ୍ୱର ୱାର୍ଡର ମାଧପୁର ଗ୍ରାମ କେନାଲ କୁଳ ସବଷ୍ଟେସନ ଛକ ନିକଟରେ ଥିବା ଏକ ଅର୍ଦ୍ଧ ନିର୍ମିତ ଗୃହରେ ଗୋମାତା ରୋଗାଗ୍ରସ୍ଥ ହୋଇ ପଡିଥିବା ଖବର ପାଇ ସ୍ଥାନୀୟ ଯୁବକ ମାନେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତିଙ୍କୁ ଜଣାଇଥିଲେ । ଏହି ଗୋମାତା ଦୀର୍ଘ ଦିନ ହେବ ଏହି ସ୍ଥାନରେ ପଡି ରହି ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିଲା । ତା‘ଦେହ ଅସୁସ୍ଥତା ଜାଣି ସ୍ଥାନୀୟ ଯୁବକ ନିର୍ବାଣ ପଣ୍ଡା ସ୍ଥାନୀୟ ଲୋକଙ୍କୁ ନେଇ ସେବା କାର୍ଯ୍ୟ ଆରମ୍ଭ କରିଥିବାବେଳେ କିଛି ଦିନ ପରେ ତାର ଶରୀର ଅସୁସ୍ଥତା ବଢିଯାଇଥିଲା । 

କିପରି ସେହି ଗୋ ମାତାଙ୍କୁ ଅଧିକ ସେବା ଯୋଗାଇ ଦିଆଯାଇପାରିବ ତା ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟଙ୍କ ସହ ଆଲୋଚନା କରାଯାଇଥିଲା । ଏହାପରେ ସମସ୍ତଙ୍କ ସାହାଯ୍ୟ ସହଯୋଗରେ ଆଜି ପଟ୍ଟାମୁଣ୍ଡାଇ ସ୍ଥିତ ଶଙ୍କର ଭାଇଙ୍କ ଗୋଶାଳାକୁ ଉକ୍ତ ଗୋମାତାଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଏହି ଗୋମାତାକୁ ପାଖରେ ଥିବା ବଟକୃଷ୍ଣ ପୃଷ୍ଟି ଓ ଖୁସୀ ପୃଷ୍ଟିଙ୍କ ପରିବାର ନିଜର ପାରିବାରର ମେମ୍ବର୍ ଭଳି ଭାବି ଦୀର୍ଘ ଦିନ ହେବ ସେବା ଯତ୍ନ କରି ଆସୁଥିଲେ । ଆଜି ଏହାର ସ୍ଥାନାନ୍ତର ଖବରପାଇ ତାଙ୍କ ପରିବାର ଆଖିରେ ଲୁହ ମଧ୍ୟ ଭରିଯାଇଥିଲା । 

ଆଜିର ଏହି ମହତ କାର୍ଯ୍ୟରେ ସହଯୋଗ କରିଥିବା ବଦାନ୍ୟ ବ୍ୟକ୍ତି ବିଶେଷମାନେ ହେଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦମନ ମହାନ୍ତି, ଭାବଗ୍ରାହୀ ସାହୁ, ନିଗମ ସାହୁ, ନିର୍ବାଣ ପଣ୍ଡା, ଅର୍ଚିତ୍ ବାରିକ, ସାମ୍ବାଦିକ ନୀହାର ରଂଜନ ସାହୁ ଓ ପ୍ରଫୁଲ୍ଲ ଦାସ ଏବଂ ତପନ ମୋହନ ବାରିକ ପ୍ରମୁଖ ।