ରାଜ୍ୟ କଂଗ୍ରେସକୁ ‘ଭକ୍ତ’ ଭରସା

ରାଜ୍ୟ କଂଗ୍ରେସକୁ ‘ଭକ୍ତ’ ଭରସା

ଭୁବନେଶ୍ବର, ୧୩/୨ :  ଦୀର୍ଘ ଦିନ ପ୍ରତୀକ୍ଷାର ଅନ୍ତ  ଘଟିଛି। ଶେଷରେ ସଭାପତି ଘୋଷଣା କରିଛି ରାଜ୍ୟ କଂଗ୍ରେସ ଗତ ମାସ ହେ ମୁଖିଆ ଶୂନ୍ୟ ହୋଇ ପଡ଼ିଥିବା ରାଜ୍ୟ କଂଗ୍ରେସକୁ ମିଳିଛି ବଳ ଭକ୍ତ ଦାସ ହୋଇଛନ୍ତି ନୂଆ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା ଭବାନୀପାଟଣାର ପୂର୍ବତନ ବିଧାୟକ ଭକ୍ତ ଦାସ  AICC ପକ୍ଷରୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ଭକ୍ତ ଦାସଙ୍କୁ ପିସିସି ସଭାପତି ଭାବେ ଚୟନ କରିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ରାଜ୍ଯ କଂଗ୍ରେସର ମୁଖିଆ ଭାବରେ ତାଙ୍କୁ ଦାୟିତ୍ୱ ମିଳିଛି ଗୁରୁ ଦାୟିତ୍ୱ। ଏଆଇସିସି ପକ୍ଷରୁ ପ୍ରକାଶ ପାଇଥିବା ପ୍ରେସ ଇସ୍ତାହାରରେ ଏହା ଜଣାପଡିଛି  ଫଳରେ ପଶ୍ଚିମ ଓଡିଶା ତଥା ତାଙ୍କ ପ୍ରଶଂସକଙ୍କ ଗହଣରେ ଖୁସିର ମାହୋଲ ଦେଖିବାକୁ ମିଳିଛି  ରାଜ୍ଯ କଂଗ୍ରେସର ମୁଖିଆ ଭାବରେ ତାଙ୍କୁ ଦାୟିତ୍ୱ ମିଳିଛି ଗୁରୁ ଦାୟିତ୍ୱ। ଏଆଇସିସି ପକ୍ଷରୁ ପ୍ରକାଶ ପାଇଥିବା ପ୍ରେସ ଇସ୍ତାହାରରେ ଏହା ଜଣାପଡିଛି  ଫଳରେ ପଶ୍ଚିମ ଓଡିଶା ତଥା ତାଙ୍କ ପ୍ରଶଂସକଙ୍କ ଗହଣରେ ଖୁସିର ମାହୋଲ ଦେଖିବାକୁ ମିଳିଛି 

ସୂଚନାଯୋଗ୍ୟ, ୨୦୨୪ ଜୁଲାଇ ୨୪ ରେ ରାଜ୍ଯ କଂଗ୍ରେସକୁ ଭଙ୍ଗ କରାଯାଇଥିଲା ଏହାକୁ ଖଡଗେ ଭଙ୍ଗ କରିଥିଲେ ସେହିସମୟରେ    ସେତେ ଦିନରୁ ରାଜ୍ଯ କଂଗ୍ରେସରେ ପଦ ଖାଲି ଡ଼ିଥିଲାନିର୍ବାଚନ ପରେ ଦୀର୍ଘ ଦିନରୁ ପଦ ଖାଲି ପଡିଥିବା ଦେଖିବାକୁ ମିଳିଥିଲା ଫଳରେ କଂଗ୍ରେସ ରାଜ୍ଯ ମୁଖିଆର ସନ୍ଧାନରେ ଥିଲା  ଯାହା ଏବେ ତାହାକୁ ମିଳିଛି ଭକ୍ତ ଦାସ ରୂପରେ 

ଭକ୍ତ ଦାସ ୧୫ ତମ ଲୋକସଭାରେ ସେ କଳାହାଣ୍ଡିରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ  ଜଣେ ସମାଜସେବୀ, ଓକିଲ ତଥା ସାମ୍ୱାଦିକ ଭାବରେ ମଧ୍ଯ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି  ୧୯୮୫ ମସିହାରେ ଭକ୍ତ ଦାସ  ଭବାନୀପାଟଣାରୁ ଭକ୍ତ ଦାସ ବିଧାୟକ ଥିଲେ  ୧୯୮୯ ମସିହାରେ ସେ କେନ୍ଦ୍ର କ୍ରୀଡା ଯୁବ ବ୍ଯାପର ମନ୍ତ୍ରୀ ଭାବରେ ମଧ୍ଯ ଦାୟିତ୍ୱ ନିର୍ବାହ କରି ସାରିଛନ୍ତି  କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ମଧ୍ଯ ରହି ସାରିଛନ୍ତି ନୂଆ ପିସିସି ସଭାପତି  ଏବେ ଦେଖିବାକୁ ବାକି ରହିଲା ଓଡ଼ିଶା କଂଗ୍ରେସର ଗାଡ଼ିକୁ ଭକ୍ତ ଦାସ କେତେ ଦୂର ଆଗକୁ ନେଇପାରୁଛନ୍ତି । ନା ପୁଣି ଥରେ କଂଗ୍ରେସ ତାର ପୁରୁଣା ରୋଗ ବାହାର କରି ବୟାନ ବାଜିରେ ସୀମିତ ରହିବେ ନେତା ।