ଭୂୟାଁରୋଇଡ଼ା ବାବା ରାମେଶ୍ଵର ଶିବ ମନ୍ଦିରର ବାର୍ଷିକ ଉତ୍ସବ

ଭୂୟାଁରୋଇଡ଼ା ବାବା ରାମେଶ୍ଵର ଶିବ ମନ୍ଦିରର ବାର୍ଷିକ ଉତ୍ସବ

ଯୋଡ଼ା,୨/୪ :  ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ମାର୍ଚ୍ଚ ମାସ ୩୧ ତାରିଖରେ ଶ୍ରୀ ଶ୍ରୀ ବାବା ରାମେଶ୍ୱର ଶିବ ମନ୍ଦିରର ବାର୍ଷିକ ଉତ୍ସବ ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଛି । ୩ଦିନ ଧରି ଅନୁଷ୍ଠିତ ଏହି ପ୍ରତିଷ୍ଠା ଉତ୍ସବ ଏକ ଆଧ୍ୟାତ୍ମିକ ପରିବେଶ ଭିତରେ ଧୂମଧାମର ସହ ପାଳନ ହେଉଛି । ବୁଧବାର ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମରେ ଭୂୟାଁ ରୋଇଡା ପଞ୍ଚାୟତ ରୋଇଡା ଗ୍ରାମରେ ଶ୍ରୀ ଶ୍ରୀ ବାବା ରାମେଶ୍ଵର ମହାଦେବ ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

୨୦୦୪ମସିହାରେ ଭୂମିପୂଜନ ହେବା ପରେ ୨୦୦୯ମସିହାରେ ଠିକ୍ ଏହି ତାରିଖରେ ପ୍ରତିଷ୍ଠା ହୋଇଥିଲା ଏହି ଶିବ ମନ୍ଦିର । ଆଉ ସେଇ ଦିନ ପାଖରୁ ବାବାଙ୍କ କୃପା ଓ ଅଲୌକିକ ଲୀଳାରୁ ଧୀରେ ଧୀରେ ଯୋଡ଼ି ହୋଇଛନ୍ତି ଶହ ଶହ ଶ୍ରଦ୍ଧାଳୁଛ ମନ୍ଦିର ସହ କଢ଼ି ହୋଇଛନ୍ତି ଏହି ଶବ୍ଦ ଭକ୍ତ । ସ୍ଥାନୀୟ ଭୂୟାଁ ରୋଇଡା ସରପଞ୍ଚ ତୁଳସୀ ବଳଙ୍ଗାଙ୍କ ନେତୃତ୍ୱରେ ବାବା ରାମେଶ୍ଵର ମନ୍ଦିରର ଏହି ବାର୍ଷିକ ଉତ୍ସବଟି ମନ୍ଦିରର ରୀତିନୀତି ଅନୁଯାୟୀ ପାଳିତ ହୋଇଥିଲା । ଯଜ୍ଞ ଆରମ୍ଭ ପୂର୍ବରୁ ୧୦୮ ଜଣ ମହିଳା କ୍ୟାଥହାଟିଂ ସୁନାନଦୀ ଘାଟରୁ ମନ୍ତ୍ର ଉଚ୍ଚାରଣ ପୂର୍ବକ କଳସୀରୁ ପାଣି ଉଠାଇ ଶୋଭାଯାତ୍ରାରେ ଯଜ୍ଞ ସ୍ଥଳରେ ପହଞ୍ଚିଥିଲେ । ବ୍ରତଧାରୀ ଜନଭରୀ କଳସୀ ସମୂହକୁ ଯଜ୍ଞ ମଣ୍ଡପରେ ସ୍ଥାପନ କରି ପରବର୍ତ୍ତି କାର୍ଯ୍ୟ ସୂଚୀ ଅନୁଯାୟୀ ମାଙ୍ଗଳିକ କାର୍ଯ୍ୟକ୍ରମ ସମୂହ ଅନୁଷ୍ଠିତ ହୋଇଥିଲା ।