ଲୋକସଭାରେ ଟ୍ରାନ୍ସଜେଣ୍ଡର ବିଲ୍‌ ଗୃହୀତ

ଲୋକସଭାରେ ଟ୍ରାନ୍ସଜେଣ୍ଡର ବିଲ୍‌ ଗୃହୀତ

ନୂଆଦିଲ୍ଲୀ,୨୫/୩ : ଲୋକସଭାରେ ଟ୍ରାନ୍ସଜେଣ୍ଡର ବିଲ୍ ୨୦୨୬ ବାଚନିକ ଭୋଟରେ ଗୃହୀତ ହୋଇଛି । ଏହି ବିଲ୍ ଅନୁଯାୟୀ, ଟ୍ରାନ୍ସଜେଣ୍ଡର ଚିହ୍ନଟ ପାଇଁ ମେଡିକାଲ୍ ବୋର୍ଡର ଯାଞ୍ଚକୁ ଗୁରୁତ୍ୱ ଦିଆଯାଇଛି । ବିରୋଧୀ ଦଳ ଗୁଡ଼ିକ ଏହାକୁ ମୌଳିକ ଅଧିକାରର ଉଲ୍ଲଙ୍ଘନ କହି ବିରୋଧ କରିଥିଲେ, କିନ୍ତୁ ଶେଷରେ ଏହା ବାଚନିକ ଭୋଟ୍‌ରେ ଗୃହୀତ ହୋଇଛି ।

ଏହି ବିଲ୍ ୨୦୧୯ର ପୁରୁଣା ଆଇନରେ କେତେକ ଗୁରୁତ୍ୱପୂର୍ଣ୍ଣ ଏବଂ ବିବାଦୀୟ ପରିବର୍ତ୍ତନ ଆଣିବାକୁ ଯାଉଛି। ସୋମବାର ​‌​‌ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କର୍ପୋରେଟ୍ ଆଇନ (ସଂଶୋଧନ) ବିଲ୍‌ ୨୦୨୬କୁ ଆଗତ କରିଥିଲେ। ବିଲ୍‌ ଆଗତ ପରେ ଏହାକୁ ବିସ୍ତୃତ ତର୍ଜମା ନିମନ୍ତେ ଯୁଗ୍ମ ସଂସଦୀୟ କମିଟି (ଜେପିସି)କୁ ପଠାଇ ଦିଆଯାଇଛି।