ଡାକ୍ତର ଲକ୍ଷ୍ମୀକାନ୍ତ ନନ୍ଦ ମହାମହିମ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଚିକିତ୍ସକ ନିଯୁକ୍ତ

ଡାକ୍ତର ଲକ୍ଷ୍ମୀକାନ୍ତ ନନ୍ଦ ମହାମହିମ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଚିକିତ୍ସକ ନିଯୁକ୍ତ

ଭୁବନେଶ୍ବର,୧/୪ : ଓଡ଼ିଶାର ବିଶିଷ୍ଟ ହୋମିଓପ୍ୟାଥିକ ଚିକିତ୍ସାବିତ୍ ତଥା ଡାକ୍ତର ଅଭିନ୍ନ ଚନ୍ଦ୍ର ହୋମିଓପ୍ୟାଥିକ ମେଡିକାଲ କଲେଜ ଭୁବନେଶ୍ବରର ପ୍ରାକ୍ତନ ଅଧ୍ୟକ୍ଷ ଓ ପ୍ରଫେସର, ଡାକ୍ତର ଲକ୍ଷ୍ମୀକାନ୍ତ ନନ୍ଦ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅବୈତନିକ ବ୍ୟକ୍ତିଗତ ଚିକିତ୍ସକ ଭାବେ ନିଯୁକ୍ତି ପାଇଛନ୍ତି I ଏହି ସମ୍ମାନଜନକ ନିଯୁକ୍ତି ପାଇବା ପରେ ଡ଼ାକ୍ତର ଲକ୍ଷ୍ମୀକାନ୍ତ ନନ୍ଦଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି I

ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏ ସଂପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସାରା ଓଡ଼ିଶାରେ ବିଶେଷ କରି ଡାକ୍ତର ମହଲରେ ଖୁସିର ଲହରି ଖେଳିଯାଇଛି I ରାଜ୍ୟ ତଥା ଦେଶରେ ହୋମିଓପ୍ୟାଥିକ ଟିକିତ୍ସା ଓ ଗବେଷଣା କ୍ଷେତ୍ରରେ ପ୍ରଫେସର ନନ୍ଦଙ୍କ ବିଶେଷ ଅବଦାନ ରହିଛି I ଜଗତସିଂପୁର ଜିଲ୍ଲା ମୁଦିପୁର ପଞ୍ଚାୟତର ବିଶିଷ୍ଟ କବିରାଜ ତଥା ଜନନେତା ବୈକୁଣ୍ଠନାଥ ନନ୍ଦଙ୍କ ଜ୍ୟେଷ୍ଠ ପୁତ୍ର ପ୍ରଫେସର ଲକ୍ଷ୍ମୀକାନ୍ତ ନନ୍ଦ ହୋମିଓପ୍ୟାଥିକ ଚିକିତ୍ସା କ୍ଷେତ୍ରରେ ଅନେକ ସୁନାମର ଅଧିକାରୀ I ସୂଚନାଯୋଗ୍ୟ ଯେ, ହାଇଟେକ୍ ମେଡିକାଲ୍ କଲେଜ ଓ ହସପିଟାଲ୍‌ରେ ପ୍ରଫେସର ନନ୍ଦ ଆୟୁଷ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅଧ୍ଯକ୍ଷ ରୂପେ କାର୍ଯ୍ୟ କରି ଆସୁଥିଲେ।