କେଶରୀ ରେସିଡେନ୍ସିରେ ମହିଳା ଦିବସ ପାଳିତ
ଭୁବନେଶ୍ବର,୧୨/୩ : ସ୍ଥାନୀୟ ସହିଦ ନଗରସ୍ଥିତ ୩୪ନମ୍ବର ଓ୍ବାର୍ଡ଼ରେ ମାର୍ଚ୍ଚ ୮ତାରିଖ ଦିନ ‘ଅନ୍ତର୍ଜାତୀୟ ମହିଳା ଦିବସ’ ପାଳନ ହୋଇଯାଇଛି । କେଶରୀ ରେସିଡେନ୍ସିରେ ‘ରାମେଶ୍ବର ମହିଳା ଆରୋଗ୍ୟ ସମିତି’ ତରଫରୁ ସଭାପତି ମମତା ପରିଡ଼ାଙ୍କ ଦ୍ବାରା ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କର୍ପୋରେଟର ପୁଷ୍ପାଞ୍ଜଳୀ ସେଠୀ, ୩୪ନମ୍ବର ଓ୍ବାର୍ଡ଼ର ସତ୍ୟନଗର ଉପକେନ୍ଦ୍ରର (PHM)ଭାଗିରଥି ବେହେରା, ANM ଆରତୀ ମିଶରୀ ଶୁବୁଦ୍ଧି, କଳ୍ପନା ମାଡ଼ାମ, ଅଙ୍ଗନଓ୍ବାଡ଼ି ଦିଦି ପ୍ରତିଚୀ ସାହୁ, ଆଶା ଦିଦି ରେଖାରାଣୀ ଦଳାଇ, ମହାସଂଘର ସମ୍ପାଦିକା ନିରୂପମା ପଣ୍ଡା, ସମାଜସେବୀ ମୀନା କୁମାରୀ ପ୍ରଧାନ, ଓଡ଼ିଶା ଅପଡେଟର ସମ୍ପାଦକ ଟିକାୟତ ନାୟକ, ସାମ୍ବାଦିକ ଗୁରୁପଦ ନାଥ ପ୍ରମୁଖ ଯୋଗ ଦେଇଥିଲେ ।
ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା । ଯଥା ଛୋଟ ପିଲାମାନଙ୍କ ଚିତ୍ରାଙ୍କନ, ମହିଳାମାନଙ୍କର ଶଙ୍ଖ ଫୁଙ୍କା, ହୁଳହୁଳି ପକାଇବା, ପୁଚି ଖେଳ ଓ ମ୍ୟୁଜିକ ଚେୟାର ଇତ୍ୟାଦି । କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଦେଇ ସମ୍ନାନିତ କରାଯାଇଥିଲା । ରାମେଶ୍ବର ମହିଳା ଆରୋଗ୍ୟ ସମିତିର ସମସ୍ତ ସଭ୍ୟମାନଙ୍କୁ, ଅଙ୍ଗନଓ୍ବାଡ଼ି ଦିଦି ଆଶା ଦିଦି, ମହାସଙ୍ଘର ନିରୁପମା ପଣ୍ଡା ଉତ୍ତରୀୟ ଦେଇ ସମ୍ମାନୀତ କରାଯାଇଥିଲା ।

Editor 


