କଟକ ବୈଶାଖୀ ମେଳା ; କଥକ ନୃତ୍ୟରେ ଝୁମିଲେ ଦର୍ଶକ

କଟକ ବୈଶାଖୀ ମେଳା ; କଥକ ନୃତ୍ୟରେ ଝୁମିଲେ ଦର୍ଶକ

ଭୁବନେଶ୍ବର,୨/୪ : କଟକ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେଉଥିବା ବୈଶାଖୀ ବାଣିଜ୍ୟ ମେଳାରେ ଖୁବ୍ ଗହଳି ଲାଗି ରହିଛି । ଓଡ଼ିଶା ସମେତେ ବିଭିନ୍ନ ରାଜ୍ୟର ବ୍ୟବସାୟର ପସରା ବିଭିନ୍ନ ବର୍ଗର ଲୋକଙ୍କୁ ଆକୃଷ୍ଟ କରୁଛି। ପ୍ରତ୍ୟେହ ସନ୍ଧ୍ୟାରେ ଓଡ଼ିଶାର ସଂଗୀତ ନୃତ୍ୟ ହଜାରହଜାର ଦର୍ଶକଙ୍କୁ ଆମୋହିତ କରୁଥିବାବେଳେ ସଂଗୀତା କଥକ ଡ୍ୟାନ୍ସ ଏକାଡେମୀର ନୃତ୍ୟଶିଳ୍ପୀଙ୍କ କଥକ ନୃତ୍ୟରେ ଶିବ ଶକ୍ତି, ଓଢଣୀ, କୃଷ୍ଣ ଲୀଳାରେ ହଜାର ହଜାର ଦର୍ଶକ ବିମୋହିତ ହୋଇଛନ୍ତି।

କଥକ ନୃତ୍ୟ ପଟ୍ଟୟସୀ ବିଶିଷ୍ଟ କଥକ ନୃତ୍ୟଙ୍ଗାନା ଡ଼କ୍ଟର ସଂଗୀତା ସାହୁଙ୍କ ନୃତ୍ୟ ନିର୍ଦେଶନାରେ ଓଡ଼ିଶାର ପ୍ରଥମ ଓ ଏକମାତ୍ର କଥକ ନୃତ୍ୟନୁଷ୍ଠାନର ଶିଳ୍ପୀଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସଂଯୋଜକ ସମ୍ବର୍ଦ୍ଧିତ କରିଥଲେ ।