ଭୁବନେଶ୍ଵର ସହରାଞ୍ଚଳ ପୁଲିସର ମେଗା ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ବର, ୮/୫ : ବିଭିନ୍ନ ଡାକ୍ତରଖାନାମାନଙ୍କରେ ରକ୍ତର ଅଭାବାକୁ ଆଖି ଆଗରେ ରଖି ଭୁବନେଶ୍ଵର ସହରାଞ୍ଚଳ ପୁଲିସ ତରଫରୁ ରେଡକ୍ରସର ସହଯୋଗରେ ଭରତପୁର ଥାନାରେ ଆଜି ଏକ ମେଗା ରକ୍ତଦାନ ଶିବିର ତଥା ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ ହୋଇଯାଇଛି । ଭୁବନେଶ୍ବର-କଟକ ଦ୍ଵୈତ ନଗରୀର ପୁଲିସ କମିଶନର ସଞ୍ଜୀବ ପଣ୍ଡା (ଆଇପିଏସ) ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବା ସହ, ପ୍ରତୀକ ସିଂହ (ଆଇପିଏସ) ଡିସିପି ଭୁବନେଶ୍ଵର, ଆର ପ୍ରକାଶ (ଆଇପିଏସ ) ଡିଆଇଜି ଡିସିପି କଟକ, ଲଳିତେନ୍ଦୁ ମହାନ୍ତି (ଓପିଏସ) ଡିସି ତଥା ଯୁଗ୍ମ ସଚିବ, ତାପସ ପ୍ରଧାନ (ଓପିଏସ) ଏସିପି, ଇନ୍ସପେକ୍ଟର ଦୀନକୃଷ୍ଣ ମିଶ୍ର ଏବଂ ଏକଜିକ୍ୟୁଟିଭ କମିଟି ମେମ୍ବର ଦିଲୀପ ଦାସ ଶର୍ମାଙ୍କ ଉପସ୍ଥିତିରେ ଏହି ରକ୍ତଦାନ ଶିବିର ତଥା ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବାବେଳେ ରକ୍ତଦତାମାନଙ୍କୁ ଉତ୍ସାହିତ କରିଥିଲେ ।
ପୋଲିସ ବିଭାଗର ବହୁ କର୍ମଚାରୀଙ୍କ ସମେତ ଅନ୍ୟମାନେ ମଧ୍ୟ ଏହି ରକ୍ତଦାନ ଶିବିରରେ ଯୋଗଦେଇ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଏହି ରକ୍ତଦାନ ଶିବିରର ଆୟୋଜନ ଦ୍ଵାରା ସଂଗ୍ରହ ହୋଇଥିବା ବିଭିନ୍ନ ଗ୍ରୁପର ମୋଟ ୫୬ ୟୁନିଟ୍ ରକ୍ତ ନିଶ୍ଚୟ ବହୁ ଅସହାୟ ରୋଗୀଙ୍କ ଜୀବନ ବଞ୍ଚାଇବାରେ ସହାୟ ହୋଇପାରିବ । ଭୁବନେଶ୍ୱର ସହରାଞ୍ଚଳ ପୁଲିସର ଏହିଭଳି ଜନମଙ୍ଗଳ କାର୍ଯ୍ୟ ଆଗକୁ ମଧ୍ୟ ଜାରି ରହିବାର ସୂଚନା ହସ୍ତଗତ ହୋଇଛି ।