ମା‘ ଭୁବନେଶ୍ଵରୀ ମହିଳା ସଂଗଠନ ପକ୍ଷରୁ ଦ୍ୱିତୀୟ ତମ ମାତୃ ଦିବସ ପାଳିତ
ଭୁବନେଶ୍ବର, ୧୩/୫ : ମା‘ ଭୁବନେଶ୍ଵରୀ ମହିଳା ସଂଗଠନ ଆନୁକୁଲ୍ୟରେ ଦ୍ୱିତୀୟ ତମ ମାତୃ ଦିବସ ସ୍ବପ୍ନ ମନ୍ଦିର ଜରାଆଶ୍ରମରେ ପାଳିତ ହୋଇଯାଇଛି । ଏହି ଅବସରରେ ୨୦ ଜଣ ବାପା ମା’ଙ୍କୁ ନୂତନ ବସ୍ତ୍ର, ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଓ ଖାଦ୍ୟ ଦେବା ସହ ଆଶ୍ରମର ପ୍ରତିନିଧିଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ସନ୍ତୋଷିନୀ ଜାଲି, ବାସୁଦେବ ସେଠୀ, ଗୀତାଞ୍ଜଳି ସେଠୀ, ଅକ୍ଷାଂଶୁ ନାୟକ, ଚାଚା ଜୀ, ରାକେଶ ରାଉତରାୟ, ପର୍ବେଜ୍ ହାଇଦର୍, ସୁଦେଷ୍ଣା ପୃଷ୍ଟି ପ୍ରମୁଖ ସହଯୋଗର ହାତ ବଢ଼ାଇଥିଲେ ।
ମା’ଭୁବନେଶ୍ୱରି ମହିଳା ସଗଂଠନ ତରଫରୁ ଶ୍ୱେତପଦ୍ମା ମିଶ୍ର, ଶ୍ରଦ୍ଧାଞ୍ଜଳି ଦାସ, ନିରୁପମା ଜେନା, ସୁନୀତା ମହାନ୍ତି ସାହାଯ୍ୟ ଓ ସହୃଦୟତା ପାଇଁ କୃତଜ୍ଞତା ଜଣାଛନ୍ତି ।

Editor 


