ପାଣ୍ଡରାରେ ଗଢ଼ିଥିଲେ ବେଆଇନ ବିଶାଳ ସାମ୍ରାଜ୍ଯ ; ତିନି ଦିନରେ ୭୦୦ଡିସିମିଲ ଜମି ଖାଲି

ପାଣ୍ଡରାରେ ଗଢ଼ିଥିଲେ ବେଆଇନ ବିଶାଳ ସାମ୍ରାଜ୍ଯ ; ତିନି ଦିନରେ ୭୦୦ଡିସିମିଲ ଜମି ଖାଲି

ଭୁବନେଶ୍ୱର,୨୪/୭ : ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପାଣ୍ଡରା ମୌଜାରେ ହୋଇଥିବା ବେଆଇନ ଜବରଦଖଲ ଉଚ୍ଛେଦ ତିନି ଦିନ ଧରି ଜାରି ରହିଥିବାବେଳେ ତଥାପି ସରିଲାନି । ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ଆଉ ଦୁଇ ଦିନ ଲାଗି ୨ ଏକରରୁ ଊର୍ଦ୍ଧ୍ୱ ସରକାରୀ ଜମିକୁ ମାଡ଼ି ବସି ଘର, ଦୋକାନ ଓ ବ୍ଯବସାୟିକ ପ୍ରତିଷ୍ଠାନ ଛିଡ଼ା କରିଥିଲେ। ଚାଳ କରି କି ଆଜବେଷ୍ଟର୍ସ ଘର ତିଆରି ହୋଇନି । ମାଳ ମାଳ ଛାତ ଘର ଏହି ଜମିରେ ନିର୍ମାଣ ହୋଇଛି । ଏହାକୁ ଭାଙ୍ଗିବାକୁ ନାକେଦମ ହେଲାଣି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)। ଏନଫୋର୍ସମେଣ୍ଟ ଟିମ୍ ଆଜି ସୁଦ୍ଧା ମୋଟ ୭୦୦ ଡିସିମିଲ ଜମିକୁ ଜବରଦଖଲ ମୁକ୍ତ କରଛି ବିଡିଏ । 

ପାଣ୍ଡରା ମୌଜାର ଅନ୍ତର୍ଗତ ପ୍ଲଟ ନମ୍ବର ୩୮୭୭, ୩୮୭୮, ୩୮୭୯, ୩୮୮୦, ୩୮୮୫, ୩୮୮୬ ଓ ୩୯୯୯ରେ ୨ ଏକର ୬୦୦ଡିସିମିଲ ଜମି ସାଧାରଣ ପ୍ରାଶସନ ବିଭାଗ ଅଧୀନରେ ରହିଛି । ଏହି ସରକାରୀ ପ୍ଲଟ ଉପରେ ସମସ୍ତ ବ୍ଯକ୍ତିମାନେ ଜୋରଜବରଦସ୍ତ ବେଆଇନ ଭାବେ ଘର ତିଆରି କରି ନିଜ ଅକ୍ତିଆରରେ ରଖିଥିଲେ । ଗୁରୁବାର ସକାଳୁ ବିଡିଏ ଏନଫୋର୍ସମେଣ୍ଟ ସ୍କ୍ବାଡ୍ ୧,୨,୩,୪,୫,ଓ ୬ପଞ୍ଚିଥିଲା ଉଚ୍ଛେଦ କରିବାକୁ । 

ଏହି ଉଚ୍ଛେଦରେ ପ୍ରଥମ ଦିନରେ ୨୦୦ ଡିସିମିଲ, ଦ୍ୱିତୀୟ ଦିନରେ ୧୦୦ଡିସିମିଲ ଓ ଗୁରୁବାର ୪୦୦ଡିସିମିଲକୁ ମିଶାଇ ମୋଟ ୭୦୦ଡିସିମିଲ ଜମିକୁ ଜବରଦଖଲମୁକ୍ତ କରାଯାଇଛି । ଆଜି ୨୨ଟି ଛାତ ଘର ଏବଂ ଗୋଟିଏ ଟିଣ ନିର୍ମିତ ଘରକୁ ମାଟିରେ ମିଶାଇ ଦିଆଯାଇଛି । ଆସନ୍ତା ଦୁଇ ଦିନ ଯାଏଁ ବାକିଥିବା ଜମିରୁ ଉଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଏକ ପ୍ଲାଟୁନ ରିଜର୍ଭ ପୋଲିସ ଓ ଗୋଟିଏ ସେକ୍ସନ ମହିଳା ପୋଲିସ ମୁତୟନ କରାଯାଇଥିଲା । ଏହି ଉଚ୍ଛେଦ ସମୟରେ ବିଡିଏ ଏନଫୋର୍ସମେଣ୍ଟ ଅଫିସର ଦେବରାଜ ସେଠୀ, ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି, ସାଧାରଣ ପ୍ରଶାସନ ବିଭାଗ ର ସର୍ଭେ ଓ ପ୍ରବର୍ତ୍ତନର ସହ ନିର୍ଦ୍ଦେଶକ ଅମିୟ କୁମାର ଦାସ ଏବଂ ଜିଏର ଆରଆଇ ଓ ଅମିନ ପ୍ରମୁଖ ଉପସ୍ଥିତ ଥିଲେ ।