ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ଼ ସୋ

ଭୁବନେଶ୍ବର, ୧୦/୫ : ଭୁବନେଶ୍ବରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ଏୟାରପୋର୍ଟରୁ ସିଧାସଳଖ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଆସି ରୋଡ଼ ସୋ ଆରମ୍ଭ କରିଛନ୍ତି । ରାମମନ୍ଦିରଠାରୁ ବାଣୀବିହାର ଯାଏଁ ରୋଡ଼ ସୋ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀଙ୍କୁ ଦେଖିବାକୁ ଜନପଥ ଲୋକାରଣ୍ୟ ହୋଇଯାଇଛି । ତାଙ୍କର ଟିକେ ଝଲକ ପାଇବାକୁ ଲୋକଙ୍କ ଭିଡ଼ ଲାଗିଛି । ଏହାକୁ ନେଇ ମାଷ୍ଟରକ୍ୟାଣ୍ଟିନ ଛକଠାରୁ ବାଣୀବିହାର ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା ପୁରା କଡ଼ାକଡ଼ି କରାଯାଇଛି ।