ସମ୍ବଲପୁରରେ ଧାନ ସଂଗ୍ରହ ପ୍ରସ୍ତୁତି ନେଇ ଯୋଗାଣ ମନ୍ତ୍ରୀଙ୍କ ସମୀକ୍ଷା

ସମ୍ବଲପୁରରେ ଧାନ ସଂଗ୍ରହ ପ୍ରସ୍ତୁତି ନେଇ ଯୋଗାଣ ମନ୍ତ୍ରୀଙ୍କ ସମୀକ୍ଷା

ସମ୍ବଲପୁର,୨୦/୧୧ : ସମ୍ବଲପୁରରେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସମୀକ୍ଷା ବୈଠକ l ବୈଠକରେ ଜିଲ୍ଲାର ସମସ୍ତ ଯୋଗାଣ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ l କେମିତି ଠିକ୍ ଭାବେ ଧାନ କିଣା ହେବ, ଯେଉଁଥିରେ କି ଚାଷୀଙ୍କୁ ସିଧାସଳଖ ୩୧୦୦ଟଙ୍କା ପହଞ୍ଚିବ l ଏହି ପ୍ରକ୍ରିୟାରେ ଦଲାଲମାନଙ୍କ ପ୍ରାଦୁର୍ଭାବ ଯେପରି ରହିବ ନାହିଁ, କଟନୀ ଛଟନୀ ସହ କୌଣସି ମଧ୍ୟସ୍ଥି ଯେପରି ଏହାର ଲାଭ ଉଠାଇପାରିବେ ନାହିଁ । ମଣ୍ଡି ପ୍ରସ୍ତୁତ ରହିଛି କି ନାହିଁ ସେ ନେଇ ମନ୍ତ୍ରୀ ଅଧିକାରୀମାନଙ୍କୁ ସତର୍କ କରିଛନ୍ତି l

ଟୋକନ ସମସ୍ୟା ରହିଛି, ଚାଷୀଙ୍କ ସହ ଏ ନେଇ ଆଲୋଚନା କରିଛି, ଭୁବନେଶ୍ୱର ଗଲେ ଅଧୁକାରୀଙ୍କ ସହ ବୈଠକ କରି ଏହାର ସମାଧାନ ବାଟ ବାହାର କରିବି l ଟୋକନ ବ୍ୟବସ୍ଥାକୁ ଜିଲ୍ଲା ସ୍ତରରେ ଦାୟିତ୍ୱ ଦିଆଯିବ l ଯେଉଁ ଚାଷୀମାନେ ଠିକ୍ ସମୟରେ ଧାନ ବିକ୍ରି କରିନପାରିବେ ତାଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ୭ଦିନ ଅଧିକ ସମୟ ଦିଆଯିବ l ଅନ୍ୟ ରାଜ୍ୟର ଧାନ କିପରି ନ ଆସିବ ସେଥିପାଇଁ ସିସିଟିଭି କ୍ୟାମେରା ସହ ପାଟ୍ରୋଲିଂ ଗାଡି ବୁଲିବ l ଆଉ ନୂଆ ମଣ୍ଡି ଖୋଲିବ ନାହିଁ,ଯେଉଁଠି ମଣ୍ଡି ନାହିଁ ସେଠାରେ ଅସ୍ଥାୟୀ ମଣ୍ଡି ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି l