ବାତ୍ୟା ‘ଦାନା’ ପ୍ରଭାବିତ ଅଞ୍ଚଳରେ ଶୁଖିଲା ଖାଦ୍ୟ ବାଣ୍ଟିଲା ‘ଜୟ ଦୁର୍ଗା ଫାଉଣ୍ଡେସନ ଆଣ୍ଡ୍ ଟ୍ରଷ୍ଟ’

ବାତ୍ୟା ‘ଦାନା’ ପ୍ରଭାବିତ ଅଞ୍ଚଳରେ ଶୁଖିଲା ଖାଦ୍ୟ ବାଣ୍ଟିଲା ‘ଜୟ ଦୁର୍ଗା ଫାଉଣ୍ଡେସନ ଆଣ୍ଡ୍ ଟ୍ରଷ୍ଟ’

ଭୁବନେଶ୍ବର, ୨୬/୧୦ : ବାତ୍ୟା ‘ଦାନା’ ପ୍ରଭାବିତ ଅଞ୍ଚଳରେ ପହଞ୍ଚିଲା ‘ଜୟ ଦୁର୍ଗା ଫାଉଣ୍ଡେସନ ଆଣ୍ଡ୍ ଟ୍ରଷ୍ଟ’ । ବାତ୍ୟା ଦାନାରେ ପ୍ରଭାବିତ ଲୋକଙ୍କୁ ସାହଯ୍ୟର ହାତ ବଢାଇଲା ‘ଜୟ ଦୁର୍ଗା ଫାଉଣ୍ଡେସନ ଆଣ୍ଡ୍ ଟ୍ରଷ୍ଟ’ । ପ୍ରଭାବିତ ଅଞ୍ଚଳର ବିଭିନ୍ନ ସ୍ଥାନ ବୁଲି ଲୋକଙ୍କ ନିକଟରେ ପହଞ୍ଚିଛି ଏହାର ଟିମ୍ । 

ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପହଞ୍ଚିଥିଲା ଟିମ୍ । ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ ବିଭିନ୍ନ ସହଯୋଗର ହାତ ବଢାଇଛି ‘ଜୟ ଦୁର୍ଗା ଫାଉଣ୍ଡେସନ ଆଣ୍ଡ୍ ଟ୍ରଷ୍ଟ’ । ଏହାର ଅଧ୍ୟକ୍ଷା ଡ. ସୁରେଶ୍ବରୀ ଜେନା ବାତ୍ୟା ଆସିବାର ଖବର ଶୁଣି ଲୋକଙ୍କ ପାଖକୁ ଯିବାକୁ ଅଣ୍ଟା ଭିଡ଼ିଥିଲେ । ବାସ୍ ତା’ପରେ ସେ ବାହାରିଥିଲେ ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ଅଭିମୁଖେ । ତାଙ୍କ ସହ ଥିଲେ ଧର୍ମେନ୍ଦ୍ର ମଲ୍ଲିକ, ରମେଶ ସାମଲ, ଅଭିନାଶ ତ୍ରିପାଠୀ ପ୍ରମୁଖ । ସେଠାରେ ପହଞ୍ଚିବା ପରେ ପ୍ରଭାବିତ ଅଞ୍ଚଳ ବୁଲିବା ସହ ପ୍ରତ୍ୟେକଙ୍କ ସୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ଏହାସହ ବାତ୍ୟା ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିବା ଦେଖି ତାହାକୁ ସଫା କରିଥିଲେ । ତାଙ୍କର ଏହି କାର୍ଯ୍ୟକୁ ସମସ୍ତେ ଭୂୟସୀ ପ୍ରଶଂସା କରିଛନ୍ତି ।