ନବୀନଙ୍କ ଭିଡ଼ିଓ ଭାଇରାଲ ପଛରେ କାହାର ହାତ ?
ଭୁବନେଶ୍ବର,୩/୧୧ : କୋମନା ବ୍ଲକର ତାରାବୋଡ଼, ଧାନମଣ୍ଡି ପଡ଼ିଆରେ ଆୟୋଜିତ ବିରାଟ ନିର୍ବାଚନୀ ସଭାରେ ଯୋଗଦେଇଥିବା ହଜାର ହଜାର ଲୋକଙ୍କୁ ଉଦବୋଧନ ଦେଇ ନୂଆପଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି । ଏହାସହ ସେ ବିଜେପି ବିରୁଦ୍ଧରେ ବର୍ଷିଛନ୍ତି । ଏ ସରକାର କେବଳ ମିଛି ପ୍ରଚାରରେ ହିରୋ, କିନ୍ତୁ କାମରେ ଜିରୋ। ନୂଆପଡ଼ାରେ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଆୟୋଜିତ ପ୍ରଚାର ସମାବେଶରେ ଯୋଗଦେଇ ରାଜ୍ୟ ସରକାରଙ୍କୁ ଏଭଳି କଟାକ୍ଷ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ।
ଏ ସବୁ ଭିତରେ ଆଜିର ନବୀନଙ୍କ ଭିଡ଼ିଓ କିନ୍ତୁ କିଛି ଭିନ୍ନ କହୁଥିଲା । ଯେମିତି ନବୀନଙ୍କୁ ଏବେ ଓଡ଼ିଶାବାସୀଙ୍କ ଆଗରେ ବୃଦ୍ଧା କରିବାକୁ କିଏ ଚକ୍ରାନ୍ତ କରୁଛି । ଯେଉଁ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ କରାଯାଉଛି ତହା କ’ଣ ପାଇଁ ବୋଲି ଏବେ ସାଧାରଣରେ ଚର୍ଚ୍ଚା ଜାରି ରହିଛି । ସାଧାରଣତଃ ସମସ୍ତେ ଜାଣିଛନ୍ତି ନବୀନଙ୍କ ସ୍ବାସ୍ଥାବସ୍ଥାକୁ ନେଇ । କିନ୍ତୁ ଆଜିର ଯେଉଁ ଭିଡ଼ିଓରେ ନବୀନ ଚାଲି ଚାଲି ଆସୁଛନ୍ତି ତାହା ଭିନ୍ନ ଏକ ମେସେଜ ଗଲା ଭଳି ଲାଗୁଛି । ରାଜ୍ୟବାସୀଙ୍କୁ ଯେପରି ବାଧ୍ୟ କରାଯାଉଛି କି ନବୀନ ଏବେ ବୃଦ୍ଧା ହୋଇଗଲେଣି ଏବଂ ସେ ଦାୟିତ୍ବ ହସ୍ତାନ୍ତର କରନ୍ତୁ ଅନ୍ୟ କାହାକୁ । କେହି କେହି ଏଭଳି ଭାଇରାଲ ଭିଡ଼ିଓକୁ ଦେଖି ହଜମ କରିପାରୁନଥିବାବେଳେ ଆଉ କେହି କେହି କହୁଛନ୍ତି ନବୀନ ଏବେ ଦାୟିତ୍ବରୁ ଅପସରି ଯାଆନ୍ତୁ ।
ଭିଡ଼ିଓ କିଛି ଏଭଳି ଭାଇରାଲ ହେଉଛି, ନବୀନ ଯେତେବେଳେ ହେଲିପ୍ୟାଡ଼ରୁ ଓହ୍ଲାଇ ଷ୍ଟେଜକୁ ଆସୁଛନ୍ତି ସେତେବେଳେ ଯେଉଁ ଭିଡ଼ିଓ ଉତ୍ତୋଳନ ହୋଇଛି ସେଥିରେ ସେ ଆଗଭଳି ଆଉ ଆସିପାରୁନଥିବା ଦେଖାଯାଉଛି । ଯେ କେହି ସାଧାରଣ ଲୋକ ଏହାକୁ ଦେଖିବ ସେ ନବୀନଙ୍କର ଏଭଳି ଚିତ୍ରକୁ ସହଜରେ ହଜମ କରିପାରିବ ନାହିଁ । କାରଣ ସେ ଦେଖିଥିବା ନବୀନ ଆଉ ଆଜିର ଏହି ଭିଡ଼ିଓକୁ ଦେଖିବା ପରେ ବହୁତ ପାର୍ଥକ୍ୟ ଦେଖିବାକୁ ପାଇବ ସେ ।
ନବୀନ ଆଜି ଭାଷଣରେ କହିଥିଲେ, ବିଜେଡି ସରକାର ସମୟରେ ନୂଆପଡ଼ା ଜିଲ୍ଲାର ଉନ୍ନତି ହୋଇଥିଲା। ବିଜୁ ଏକ୍ସପ୍ରେସ ଓ୍ବେଠାରୁ ଆରମ୍ଭ କରି ଭଲ ପିଇବା ପାଣି, ୧୦ହଜାର ହେକ୍ଟରରୁ ଅଧିକ ଜମିକୁ ଜଳସେଚନ, ସୁନାବେଡା ଅଭୟାରଣ୍ୟର ଲୋକଙ୍କ କଲ୍ୟାଣ ପାଇଁ ଅନେକ ପଦକ୍ଷେପ ନିଆଯାଇଥିଲା। କିନ୍ତୁ ବିଜେପି ସରକାର ଆସିବା ପରେ ପରିସ୍ଥିତି ପୂରା ବଦଳି ଯାଇଛି ବୋଲି ନବୀନ କ୍ଷୋଭ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ସାରା ରାଜ୍ୟରେ ଏଵେ ବିକାଶ କାମ ପୂରା ବନ୍ଦ ହୋଇଯାଇଛି। ଆଇନ ଶୃଙ୍ଖଳା ପୂରା ଭୁଶୁଡିଯାଇଛି। ନାରୀ ଅତ୍ୟାଚାର ସବୁ ସୀମା ଟପିଲାଣି। ଭାଇଚାରାର ରାଜ୍ୟ ଓଡିଶାର ସୁନାମ ଆଜି ନଷ୍ଟ ହୋଇଗଲାଣି।
ତେବେ ଆଗକୁ ଜଣାପଡ଼ିବ ନବନୀଙ୍କ ଆଜିର ଦୃଶ୍ୟକୁ ଭାଇରାଲ କିଏ କରିଛି ଏବଂ କ’ଣ ଉଦେଶ୍ୟ ରହିଛି ।

Editor 


