‘ଜଲସା’ର ଟିଜର ରିଲିଜ, ଆସନ୍ତାକାଲି ଆସିବ ଫୁଲ୍ ସଙ୍ଗ୍

ଭୁବନେଶ୍ବର,୨୩/୮ : ଓଡ଼ିଆ ସିନେମା ‘ମନ୍ତ୍ରମୁଗ୍ଧ’ର ଏକ ଜବରଦସ୍ତ ସଙ୍ଗ୍ ‘ଜଲସା’ର ଟିଜର ରିଲିଜ ହୋଇଛି । ଏଥିରେ ସ୍ବର ଦେଇଛନ୍ତି ହ୍ୟୁମାନ ସାଗର ଓ ଅନ୍ତରାଚକ୍ରବର୍ତ୍ତି । ଲିରିକ୍ସରେ ମନୋଜ କୁମାର ପଣ୍ଡା ଅଛନ୍ତି । ଗତ ବର୍ଷ ଦୁର୍ଗାପୂଜାରେ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ରିଲିଜ ହୋଇଥିବା ଫିଲ୍ମ କର୍ମରେ ‘ଚିରିଙ୍ଗ ଚିରିଙ୍ଗ…’ ଗୀତ ଯୁବପିଢୀଙ୍କୁ ବେଶ୍ ଆକୃଷ୍ଟ କରିଥିଲା । ସେହିକ୍ରମରେ ଚଳିତ ବର୍ଷ ରିଲିଜ ହେବାକୁ ଯାଉଥିବା ଫିଲ୍ମ ‘ମନ୍ତ୍ରମୁଗ୍ଧ’ର ‘ଜଲସା’ ଗୀତ ଯୁବ ପିଢୀଙ୍କ ମନ ଜିଣିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ମାତ୍ର ଏହି ସିନେମା ଦୁର୍ଗାପୂଜା ପରେ ରିଲିଜ ହେବ ବୋଲି ଜଣାପଡ଼ିଥିବାବେଳେ କେବେ ହଲକୁ ଆସିବ ତାହା ସ୍ପଷ୍ଟ ହୋଇନାହିଁ ।
ଅମୀୟ ପଟ୍ଟନାୟକ ପ୍ରଡ଼କ୍ସନ ବ୍ୟାନରରେ ନିର୍ମିତ ହେଉଛି ଫିଲ୍ମ ମନ୍ତ୍ରମୁଗ୍ଧ । ଏଥିରେ ବର୍ଷା ପଟ୍ଟନାୟକ ଏବଂ ଅନୁପମ ପଟ୍ଟନାୟକ ପ୍ରଯୋଜନାରେ ଥିବାବେଳେ ନିର୍ଦ୍ଦେଶନା ଭାର ନିଭାଇଛନ୍ତି ଜାତୀୟ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ । ଡିଓପିରେ ଅଛନ୍ତି ଦୀପକ କୁମାର । ଷ୍ଟୋରୀରେ ଅନୁପମ ପଟ୍ଟନାୟକ ଏବଂ ରୋଶନ ବିଶୋଇ ଥିବାବେଳେ ସ୍କ୍ରିନପ୍ଲେରେ ରୋହିତ ଗେହଲଟ ଏବଂ ଅନୁପମ ପଟ୍ଟନାୟକ ଅଛନ୍ତି । ଡାଇଲଗ୍ ପ୍ରଣବ ପ୍ରସନ୍ନ ରଥ ଲେଖିଥିବାବେଳେ କୋରିଓଗ୍ରାଫର ଅମିତ ନାୟକ ଅଛନ୍ତି ।
ଅଭିନୟରେ କର୍ମରେ ଅଭିନୟ କରିଥିବା ସନୋଜ କୁମାର ଏବଂ ମନମୟ ଦେଙ୍କୁ ରିପିଟ କରାଯାଇଛି । ସାର୍ଥକ ଭରଦ୍ବାଜ, ଦିପନ୍ବିତ ଦାସ ମହାପାତ୍ର, ସୂର୍ୟ୍ୟମୟୀ ମହାପାପାତ୍ର, ଭୂମିକା ଦାଶ, ହର ରଥ, ଉମାକାନ୍ତ ସାହୁ, ସୋମା ହୋତା, ନିଶାନ୍ତ ମାଜିଠିଆ, ଚୌଧୁରୀ ଜୟପ୍ରକାଶ ଦାଶ, ଆକାଶ ରାଉତ, ପିହୁ ମହାପାତ୍ର, ଭିକାରୀ, ଅଙ୍କିତା ମିଶ୍ର, ଜଗନ୍ନାଥ ଜଗନ, ବବି ଇଶାନି, ଶମିକ ଅଛନ୍ତି । ପୂର୍ବରୁ ସୂର୍ୟ୍ୟମୟୀ ପ୍ରଡକ୍ସନ ହାଉସ କାମ କରିଥିବାବେଳେ ଭୂମିକା ନୂଆ କରି ଯୋଡ଼ି ହୋଇଛନ୍ତି ।
ତରଙ୍ଗ ମ୍ୟୁଜିକ ୟୁଟ୍ୟୁବ ପ୍ଲାଟଫର୍ମରେ ରିଲିଜ ହୋଇଛି ଏହି ଟିଜର । ଗଣେଷ ପୂଜା ବଜାରରେ ଏହି ଗୀତ ବେଶ୍ ଲୋକପ୍ରିୟତା ସାଉଣ୍ଟିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି ।