ଶ୍ରାବଣର ରିମ୍ଝିମ୍ ମୁର୍ଚ୍ଛନାରେ ଶବରୀ ଉତ୍ସବ

ଭୁବନେଶ୍ବର,୨/୮ : ଶ୍ରାବଣର ରିମ୍ଝିମ୍ ମୁର୍ଚ୍ଛନାରେ, ସଂଗୀତର ତାଳେତାଳେ ଓ ଘୁଙ୍ଗୁରର ରୁଣୁଝୁଣୁ ଶବ୍ଦରେ ଗୁରୁବାର ଶବରୀ ଉତ୍ସବ ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଅଧିବକ୍ତା ସୂର୍ଯ୍ୟନାରାୟଣ ଦାଶଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜଷ୍ଟିସ୍ ବିମଳ ପ୍ରସାଦ ଦାଶ (ମୁଖ୍ୟ ଅତିଅ) ଗୁରୁଶ୍ରୀ ନିରଞ୍ଜନ ରାଉତ(ସମ୍ମାନୀତ ଅତିଥି)ଙ୍କୁ ଅର୍ପଣ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ଏହାସହ ଦୀଲ୍ଲୀପ କୁମାର ରାଉତରାୟ ( ନିର୍ଦ୍ଦେଶକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ)ଙ୍କୁ ପ୍ରତିବଦ୍ଧତା ସମ୍ମାନରେ ଅର୍ପିତ କରାଯାଇଥିଲା ।
ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ୨୦୨୩ ପାଇଁ ସମ୍ମାନୀତ ହୋଇଥିବା ବ୍ୟକ୍ତିତ୍ୱମାନେ ହେଲେ ନାଚୁଣୀ-ଗୁରୁ ଡଃ. ପୂର୍ଣ୍ଣଶ୍ରୀ ରାଉତ, ଗାଉଣୀ-ଗୁରୁ ଶ୍ରୀମତୀ ମହାପାତ୍ର ମିନତୀ ଭଞ୍ଜ, ବାଜୁଣୀ-ଗୁରୁ ଡଃ. ଜଗନ୍ନାଥ କୁଅଁର, ଲୋକକଳା ବିଭୂଶଣ-ଗୁରୁଶ୍ରୀ ଚକ୍ରଧର ଦେବତା, ଶିକ୍ଷାସୌରଭ-ଗୁରୁଶ୍ରୀ ଭ୍ରମରବର ପରିଡ଼ା, ନ୍ୟାୟଧୀଶ-ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ଦାଶ, ନ୍ୟାୟଜ୍ୟୋତି- ଶ୍ରୀଯୁକ୍ତ ରାମପ୍ରସାଦ ଦାଶ, ବୈଦ୍ୟରାଜ – ଡଃ ଦେବୀପ୍ରସାଦ ରଥ, କଳାସମ୍ରାଟ-ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ର, ସାହିତ୍ୟସୌରଭ ନଟବର ଆଚାର୍ଯ୍ୟ, ପ୍ରଭାଦୀପ୍ତ- ପ୍ରଦୋଷ ପଟ୍ଟନାୟକ, ସେବାଶ୍ରୀ-ଶ୍ରୀଯୁକ୍ତ ଗୋପୀନାଥ ନାୟକ, ଦିବ୍ୟାଙ୍ଗ କଳା-ଡଃ. ଦୀଲ୍ଲୀପ କୁମାର ଆଚାର୍ଯ୍ୟ, ଗୌରଚନ୍ଦ୍ର ପରିଡ଼ା ଜୀବନାୟନ ସମ୍ମାନ- ଡଃ. କେଦାରନାଥ ନାୟକ, ନୃତ୍ୟଶ୍ରେଷ୍ଠ-ଗୁରୁଶ୍ରୀ ଅଶୋକ କୁମାର ଘୋଷାଲ୍, ଆଗାମୀ ଆଶା-ଶ୍ରୀମତୀ ବନ୍ଦିତା ଘୋଷାଲ୍ ।
ସେହିଭଳି ୨୦୨୪ପାଇଁ ସମ୍ମାନୀତ ହୋଇଥିବା ବ୍ୟକ୍ତିତ୍ୱମାନେ ହେଲେ ନାଚୁଣୀ-ଗୁରୁଶ୍ରୀ ବ୍ରଜକିଶୋର ମଲ୍ଲିକ, ଗାଉଣୀ-ଗୁରୁଶ୍ରୀ ନିମାକାନ୍ତ ରାଉତରାୟ, ବାଜୁଣୀ- ଗୁରୁଶ୍ରୀ ନରେନ୍ଦ୍ର କୁମାର ନାୟକ, ଲୋକକଳା ବିଭୁଶଣ-ଗୁରୁଶ୍ରୀ ବିବତ୍ସ ସ୍ୱାଇଁ, ଶ୍ରୀମତୀ ସୌଦାମିନୀ ମହାପାତ୍ର ଶିକ୍ଷାସୌରଭ-ଗୁରୁଶ୍ରୀ ଲୋକନାଥ ମହାନ୍ତି, ନ୍ୟାୟଧୀଶ-ଶ୍ରୀଯୁକ୍ତ ଜଗଜୀବନ ପାତ୍ର, ନ୍ୟାୟଜ୍ୟୋତି- ଶ୍ରୀଯୁକ୍ତ ଶୈଳେନ୍ଦ୍ର କୁମାର ପଟ୍ଟନାୟକ, ବୈଦ୍ୟରାଜ-ଡଃ. ବିଷ୍ଣୁଚରଣ ମହାନ୍ତି, କଳାସମ୍ରାଟ- ଶ୍ରୀଯୁକ୍ତ ପ୍ରସନ୍ନ ମିଶ୍ର, ସାହିତ୍ୟସୌରଭ-ପ୍ରଫେସର (ଡଃ.) ରମେଶ ଚନ୍ଦ୍ର ପରିଡ଼ା, ପ୍ରଭାଦୀପ୍ତ- ଶ୍ରୀଯୁକ୍ତ ସନ୍ଦୀପ ସାହୁ, ସେବାଶ୍ରୀ-ଶ୍ରୀମତୀ ରିତୁପର୍ଣ୍ଣା ମହାନ୍ତି, ଚାରୁକଳା-ଶ୍ରୀଯୁକ୍ତ ମଧୁମଙ୍ଗଳ ମହାରଣା, ଗୌରଚନ୍ଦ୍ର ପରିଡ଼ା ଜୀବନାୟନ ସମ୍ମାନ- ଶ୍ରୀଯୁକ୍ତ ମୋତିଲାଲ୍ ନନ୍ଦ, ନୃତ୍ୟଶ୍ରେଷ୍ଠ-ଗୁରୁଶ୍ରୀ ସରୋଜ କୁମାର ଦେହୂରୀ, ଆଗାମୀ ଆଶା – ଅନ୍ଵେଷା ମହାରଣାଙ୍କୁ ସମ୍ମାନୀତ କରାଯାଇଥିଲା ।
ଏଥିସହିତ ଅପରାହ୍ନ ୩ଘଟିକା ସମୟରେ ସମ୍ମାନୀତ ଆଲୋଚକ ସୁରେନ୍ଦ୍ର ଦାଶ, ନାରାୟଣ ମହାପାତ୍ର, ଗୁରୁ ଡଃ ଜଗନ୍ନାଥ କୁଅଁରଙ୍କର ତତ୍ତ୍ୱାବଧାନରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଗୁରୁମାନଙ୍କ ଉପସ୍ଥିତିରେ ଶ୍ରୀଜଗନ୍ନାଥ ସଂସ୍କୃତି ଓ ଲୋକକଳା ବିଷୟରେ ଏକ ଆଲୋଚନାଚକ୍ର ପରିବେଶିତ ହୋଇଥିଲା । ଏଥିସହ ଗୁରୁ ମମତା ଦାଶ ଏବଂ ସମ୍ମାନୀତ ଗୁରୁମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ, ଗୀତ ଓ ସଂଗୀତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା ଦାସକାଠିଆ ଓ କଣ୍ଢେଇ ନାଚ l
ଏହି କାର୍ଯ୍ୟକ୍ରମକୁ ଡଃ. ମୃତ୍ୟୁଞ୍ଜୟ ରଥ ପରିଚାଳନା କରିଥିଲେ ଏବଂ ଉପସଭାପତି ମାନସ ରଞ୍ଜନ ଦାଶଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସାହାଯ୍ୟରେ ୮ମ ଏବଂ ୯ମ ଶବରୀ ଉତ୍ସବ ୨୦୨୪ ଅତି ରହକୋଳୀର ପ୍ରଶଂସା ସାଉଁଟି ପାରିଥିଲା ଏବଂ ଶେଷରେ ସମ୍ପାଦିକା ତଥା ଅଧିାବକ୍ତା ଗୁରୁ ସଂଘମିତ୍ରା ପରିଡ଼ା (ରିକି) ଅନୁଷ୍ଠାନର ଉତ୍ତୋରତ୍ତର କାମନା କରିଥିଲେ ।