ଆଓ ନେକ୍ସ୍ଟ ଓଟିଟିରେ ଅନୁଭବ ମହାନ୍ତିଙ୍କ ଆଉ ଏକ ସୁପରହିଟ୍ ଫିଲ୍ମ 'କର୍ମ'
ଭୁବନେଶ୍ବର,୨୨/୧୦ : ପୂର୍ବ ଭାରତର ଲୋକପ୍ରିୟ ଓ ପ୍ରିମିୟମ୍ ଓଭର-ଦି-ଟପ୍ (ଓଟିଟି) ଷ୍ଟ୍ରିମିଂ ପ୍ଲାଟଫର୍ମ, ଆଓ ନେକ୍ସ୍ଟରେ ଅକ୍ଟୋବର ୨୧ ରେ ଉପଲବ୍ଧ ହୋଇସାରିଛି ସୁପରହିଟ୍ ଫିଲ୍ମ 'କର୍ମ'। ୨୦୨୪ଦଶହରା ବଜାରରେ ସୁନାମୀ ଆଣିଥିଲା ଏହି ଫିଲ୍ମ । ଜାତୀୟ ପୁରସ୍କାରପ୍ରାପ୍ତ ନିର୍ମାତା ଅନୁପମ ପଟ୍ଟନାୟକ ଏବଂ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ 'କର୍ମ'ଏବେ ଓଟିଟିରେ ରିଲିଜ ହେବାକୁ ଯାଉଛି । ଦମ୍ଦାର ସଂଳାପ ଆଉ 'ଚିରିଙ୍ଗ ଚିରିଙ୍ଗ...' ଗୀତର ଭରପୂର ମଜା ନେଇଥିଲେ ଦର୍ଶକ ।
ଧରାପୃଷ୍ଠରେ ଜନ୍ମ ନେଇ ଈଶ୍ବର ମଧ୍ୟ ନିଜ କର୍ମର ଫଳ ନିଜେ ଭୋଗିଛନ୍ତି। ଯେଉଁଠି ଇଶ୍ବର କର୍ମ ଫଳ ଭୋଗୁଛନ୍ତି, ସେଠି ମଣିଷ ବା ବର୍ତ୍ତିଯିବ କେମିତି ? ଯିଏ ଯେମିତି କର୍ମ କରିବ, ସେ ତା’ର ଫଳ ନିଶ୍ଚୟ ପାଇବ। ଏଭଳି ଏକ ବାର୍ତ୍ତା ନେଇ ନିର୍ମିତ 'କର୍ମ' । ବାକି କାହାଣୀ ଦର୍ଶକ ଆଓ ନେକ୍ସ୍ଟରେ ଦେଖିବା ପରେ ଜାଣିପାରିବେ । ଫିଲ୍ମରେ ସୁପରଷ୍ଟାର ଅନୁଭବ ମହାନ୍ତି ମୁଖ୍ୟ ଚରିତ୍ରରେ ନଜର ଆସିଥିବା ବେଳେ ତାଙ୍କ ବିପକ୍ଷରେ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର ନଜର ଆସିଛନ୍ତି । ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଅନୁଭବ ଓ ସୂର୍ଯ୍ୟମୟୀଙ୍କ ଯୋଡିଙ୍କୁ ଦେଖିବାକୁ ମିଳିଛି । ଅନ୍ୟ ଭୂମିକାରେ ଅଭିନେତ୍ରୀ ଦିବ୍ୟା ଚୌଧୁରୀ, ଜୟ ପ୍ରକାଶ, ନିଶାନ୍ତ ମଜିଠିଆ ଉଦିତ ଗୁରୁ ରହିଥିବାବେଳେ ସନୋଜ ଓ ମନ୍ମୟ ଦେ ଏହି ଫିଲ୍ମ ସହ ଡେବ୍ୟୁ କରିଛନ୍ତି ।
‘ଓଟିଟି ପ୍ଲାଟଫର୍ମଗୁଡିକର ଲୋକପ୍ରିୟତା ବଢିବାରେ ଲାଗିଛି ଓ ଆଓ ନେକ୍ସ୍ଟ ସବୁବେଳେ ଓଡ଼ିଶାର ଦର୍ଶକଙ୍କ ମନକୁ ଛୁଇଁଲା ପରି କାହାଣୀ ଓ ବିଷୟ ବସ୍ତୁ ନିଜ ଷ୍ଟ୍ରିମିଂ ପ୍ଲାଟଫର୍ମରେ ଆଣିଥିବାରୁ ସମସ୍ତ ଓଡ଼ିଆଙ୍କ ପ୍ରିୟ ହୋଇ ପାରିଛି। ପୂର୍ବରୁ ପ୍ରେମ, ବିବାହ ଓ ପରିବାର ମଧ୍ୟରେ ଥିବା ଭାବର ଅନ୍ତରକୁ ନେଇ କୋଣୀୟ ପ୍ରେମ କାହାଣୀ 'ଭାବାନ୍ତର'ର କ୍ରେଜ ଷ୍ଟ୍ରିମିଂ ପ୍ଲାଟଫର୍ମ ଆଓ ନେକ୍ସ୍ଟରେ ବହୁତ ବଢିଛି । ପୁଣି ଆସନ୍ତା ମାସ ନଭେମ୍ବରରେ ଆଓ ନେକ୍ସ୍ଟରେ ରିଲିଜ ହେବ ମନସ୍କ । ମନ ଯଦି ସକାରାତ୍ମକ ହୁଏ ତେବେ ମନସ୍କ ମଣିଷ ଉନ୍ନତିର ଚରମ ସୀମାରେ ପହଞ୍ଚି ପାରିଥାଏ । ହେଲେ ସେହି ମନ ନକାରାତ୍ମକ ହେଲେ ଜୀବନ ଉପରେ ଭାରି ପଡିଥାଏ । ଏମିତି ଏକ ମନସ୍ତତ୍ୱର କାହାଣୀକୁ ନେଇ ତିଆରି ହୋଇଛି ଫିଲ୍ମ । ଜାତୀୟସ୍ତରର ନିର୍ଦ୍ଦେଶକ ମାନସ ସାହୁ ଏହି କାହାଣୀର ନିର୍ଦ୍ଦେଶନା ଦେଇଛନ୍ତି । ଭବାନୀ ପ୍ରସାଦ ମାଝୀ ପ୍ରଡକ୍ସନ ବ୍ୟାନରରେ ସିନେମାଟି ପ୍ରସ୍ତୁତ ହୋଇଛି । ଭବାନୀ ପ୍ରସାଦ ମାଝୀ ସିନେମାର ପ୍ରଯୋଜନା ଦେଇଥିବା ବେଳେ କାହାଣୀ ଲେଖିଛନ୍ତି ଡକ୍ଟର ଲିଙ୍ଗରାଜ ନାଥ । ମନୋବିଜ୍ଞାନ ଓ ଦର୍ଶନକୁ ନେଇ ନିର୍ମିତ ହରର୍ ଓଡ଼ିଆ ଫିଲ୍ମ ମନସ୍କ ରାଜ୍ୟର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ବେଳେ ଏହି ଭିନ୍ନ ଧରଣର ଚଳଚ୍ଚିତ୍ର ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲା ଏହି ଫିଲ୍ମ । ଲିଡ୍ ରୋଲରେ ମଧୁମିତା ବାରିକଙ୍କ ସହ ଅଶ୍ବିନୀ ରାୟ ନଜର ଆସିଥିଲେ । ଏହାସହ ବୌଦ୍ଧ ଧର୍ମାବଲମ୍ବୀ ଭୂମିକାରେ ନଜର ଆସିଥିଲେ ଚୌଧୁରୀ ବିକାଶ ଦାସ ।
'ଭାବାନ୍ତର'ର ଷ୍ଟ୍ରିମିଂ ସଫଳତାରେ ସିଇଓ ତଥା ପ୍ରତିଷ୍ଠାତା କୌଶିକ ଦାସ କହିଛନ୍ତି ଯେ, ଓଡିଆ ଦର୍ଶକଙ୍କ ଚିନ୍ତାଧାରା ଓ ଭଲପାଇବାକୁ ଧ୍ୟାନରେ ରଖି 'ଆଓ ନେକ୍ସଟ'ମନଛୁଆଁ ନୂଆ ନୂଆ ଫିଲ୍ମ ସବୁ ଆଣିଥାଏ । ଆଗରୁ ବହୁ ସୁପରହିଟ ଫିଲ୍ମ ସବୁ ଦର୍ଶକଙ୍କ ଭଲ ପାଇବା ସାଉଁଟିଥିଲା । ଯେଉଁ ଦର୍ଶକ ମାନେ ଫିଲ୍ମ ସବୁ ହଲରେ ଦେଖିପାରିନଥିଲେ, ସେମାନେ ଏବେ ଆଓ ନେକ୍ସଟରେ ସ୍ୱତନ୍ତ୍ର ଭାବରେ ଏହାକୁ ଦେଖିପାରିବେ ଓ ଆଗକୁ ଆହୁରି ଭଲ ଭଲ ଫିଲ୍ମ ଆମ ଉପଭୋକ୍ତାଙ୍କ ପାଇଁ ଆଣିବା ପାଇଁ ଆଓ ନେକ୍ସଟ୍ ପ୍ରତିବଦ୍ଧ ବୋଲି ପ୍ରତିଷ୍ଠାତା କୈ।ଶିକ ଦାସ ସୂଚନା ଦେଇଛନ୍ତି ।

Editor 


