କରୀନା କପୁରଙ୍କୁ ପସନ୍ଦ ଆସିଲାନି କେଜିଏଫ ଅଭିନେତା ୟଶଙ୍କ ଟକ୍ସିକ, ରୋଲ୍ କାରଣରୁ ଫିଲ୍ମକୁ କହିଦେଲେ ଗୁଡବାୟ

କରୀନା କପୁରଙ୍କୁ ପସନ୍ଦ ଆସିଲାନି କେଜିଏଫ ଅଭିନେତା ୟଶଙ୍କ ଟକ୍ସିକ, ରୋଲ୍ କାରଣରୁ ଫିଲ୍ମକୁ କହିଦେଲେ ଗୁଡବାୟ

ନୂଆଦିଲ୍ଲୀ,୩/୫ :  କରୀନା କପୁର ବଲିଉଡର ଟପ୍ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ । ସେ କେତେକ ବଡ଼ ବଡ଼ କଳାକାରଙ୍କ ସହ କାମ କରିଛନ୍ତି।  ଗତ ଦିନରେ କରୀନା କପୁର ଖାନ ନିଜ ଫିଲ୍ମ କୃକୁ ନେଇ ବହୁ ଚର୍ଚ୍ଚାରେ ରହିଥିଲେ । ଖୁବଶୀଘ୍ର ସେ କେଜିଏଫ ଷ୍ଟାର ୟଶଙ୍କ ସହ ଫିଲ୍ମ ‘ଟକ୍ସିକ : ଅ ଫେୟରୀ ଟେଲ ଗେ୍‌ରାନ ଅପ୍ସ’ରେ ନଜର ଆସିବାରେ ଥିଲେ । କିନ୍ତୁ ଏ​‌ବେ ଖବର ଆସୁଛି କି କରୀନା କପୁର ନିଜେ ଏହି ଫିଲ୍ମରୁ ଦୂରେଇ ଯାଇଛନ୍ତି । ଏହା ପଛରେ ଅଭିନେତ୍ରୀଙ୍କ ବଡ଼ କାରଣ କୁହାଯାଉଛି । ସୂଚନା ଅନୁଯାୟୀ କରୀନା କପୁର ଟକ୍ସିକରେ ୟଶଙ୍କ ଭଉଣୀ ରୋଲ କରିବାରେ ଥିଲେ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କରୀନା କପୁର ଫିଲ୍ମରେ ୟଶଙ୍କ ଭଉଣୀ ଚରିତ୍ରରେ ଅଭିନୟ କରିବାକୁ ଚାହୁଁନଥିଲେ । ଏହି କାରଣରୁ ସେ ନିଜେ ଫିଲ୍ମରୁ ଅଲଗା ହୋଇଯାଇଛନ୍ତି । ମାତ୍ର ଏହାକୁ ନେଇ ଟକ୍ସିକର ମେକର୍ସ ଏବଂ ନା କରୀନା କପୁରଙ୍କଠାରୁ କୌଣସି ଅଫିସିଆଲ ସୂଚନା ଆସିଛି ।