ରାମାୟଣ ସେଟରୁ ଲିକ୍ ହେଲା ରଣବୀର କପୁର- ସାଇ ପଲ୍ଲବୀଙ୍କ ଲୁକ୍

ରାମାୟଣ ସେଟରୁ ଲିକ୍ ହେଲା ରଣବୀର କପୁର- ସାଇ ପଲ୍ଲବୀଙ୍କ ଲୁକ୍

ନୂଆଦିଲ୍ଲୀ,୨୭/୪ : ନିର୍ଦେଶକ ନିତେଶ ତିଓ୍ବାରୀଙ୍କ ଫିଲ୍ମ ‘ରାମାୟଣ’ର ଅପେକ୍ଷା ଫ୍ୟାନ୍ସମାନେ ବହୁ ଉତ୍ସୁକତା ସହ କରିଛନ୍ତି । ଏହି ଫିଲ୍ମରେ ରଣବୀର କପୁର ଭଗବାନ ରାମଙ୍କ ରୋଲରେ ନଜର ଆସିବାରେ ଅଛନ୍ତି । ତାଙ୍କ ସହ ମା’ ସୀତାଙ୍କ ଭୂମିକାରେ ସାଉଥ ଅଭିନେତ୍ରୀ ସାଇ ପଲ୍ଲବୀ ଦେଖାଯିବେ । ଲମ୍ବା ସମୟରୁ ଦୁଇ ଅଭିନେତା ଏବଂ ଏହି ପ୍ରୋଜେକ୍ଟ ଉପରେ ଚର୍ଚ୍ଚା ହେଉଛି । ନିକଟରେ ଫିଲ୍ମର ସେଟରୁ କିଛି ଫଟୋ ବି ଭାଇରାଲ ହୋଇଥିଲା। ଯେଉଁଥିରେ ଅରୁଣ ଗୋଭିଲ ଏବଂ ଲାରା ଦତ୍ତାଙ୍କୁ ଦଶରଥ ଏବଂ କୈକୟୀ ଭୂମିକାରେ ଦେଖାଯାଇଥିଲା । ଏବେ ରଣବୀର ଏବଂ ପଲ୍ଲବୀଙ୍କ ଲୁକ ବି ଲିକ ହୋଇଛି ।

ଆଜ୍ଞା ହଁ, ଫିଲ୍ମ‘ରାମାୟଣ’ର ସେଟରୁ ରଣବୀର କପୁର ଏବଂ ପଲ୍ଲବୀଙ୍କ କିଛି ଫଟୋ ସାମ୍ନାକୁ ଆସିଛି । ଏଥିରେ ତାଙ୍କୁ ଭଗବାନ ରାମ ଏବଂ ମା’ ସୀତାଙ୍କ ଅବତାରରେ ଦେଖିପାରିବେ ।