ଅମେଠୀ ଛାଡ଼ିବା ପରେ ଆସିଲା ରାହୁଲ ଗାନ୍ଧୀଙ୍କ ରିଆକ୍ସନ, କହିଲେ ଏଭଳି କିଛି

ଅମେଠୀ ଛାଡ଼ିବା ପରେ ଆସିଲା ରାହୁଲ ଗାନ୍ଧୀଙ୍କ ରିଆକ୍ସନ, କହିଲେ ଏଭଳି କିଛି

ନୂଆଦିଲ୍ଲୀ,୩/୫ : ୨୦୦୪ରେ ଲୋକସଭା ନିର୍ବାଚନରେ ସୋନିଆ ଗାନ୍ଧୀ କଂଗ୍ରେସର ଗାନ୍ଧୀ ପରିବାରର ପରମ୍ପରାଗତ ସିଟ ଅମେଠୀ ନିଜ ପୁଅ ରାହୁଲ ଗାନ୍ଧୀଙ୍କୁ ଦାୟିତ୍ବ ଦେଇଥିଲେ ଏବଂ ନିଜେ ରାୟବରେଲୀରୁ ନିର୍ବାଚନ ଲଢିବାକୁ ଚାଲିଯାଇଥିଲେ । ଦୁଇ ଦଶକ ପରେ ସୋନିଆ ରାୟବେରୀଲ ସିଟ୍ ଛାଡ଼ିଛନ୍ତି ଏବଂ ରାଜ୍ୟସଭାରୁ ସଂସଦ ପହଞ୍ଚିଲେ କଂଗ୍ରେସ ପୁଣି ଥରେ ତାଙ୍କ ସିଟ୍ ତଥା ରାୟବରେଲୀରୁ ତାଙ୍କ ପୁଅ ତଥା ରାହୁଲ ଗାନ୍ଧୀଙ୍କୁ ଏହି ସିଟରୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି ।

ରାହୁଲ ଗାନ୍ଧୀ ରାୟବରେଲୀରୁ ନାମାଙ୍କନ ଭରିବା ପ​‌ରେ ରାଜନୈତିକ ଘମାସାନ ଭିତରେ ସବୁକଳ୍ପନା ଜଳ୍ପନାର ଅନ୍ତ ଘଟିଛି । ମାତ୍ର ଏହି ଚର୍ଚ୍ଚା ଭିତରେ ଅମେଠୀର ସେହି ସିଟ ବି ରାହୁଲ ଗାନ୍ଧୀ ଛାଡ଼ି ଦେଇଛନ୍ତି । ଯାହାକୁ ପାରମ୍ପରିକ ଭାବେ ସୋନିଆ ରାହୁଲ ଗାନ୍ଧୀଙ୍କୁ ଦୁଇ ଦଶକ ପୂର୍ବରୁ ଦେଇଥିଲେ ।

ଅମେଠୀରୁ ଏକ ସାଂସଦ ଭାବେ ରାହୁଲ ଗାନ୍ଧୀଙ୍କ ସମ୍ବନ୍ଧ ଗତ ଲୋକସଭା ନିର୍ବାଚନ ୨୦୧୯ରେ ଭାଙ୍ଗିଯାଇଛି । ଯେତେବେଳେ ବିଜେପିର ସ୍ମୃତି ଇରାନୀଙ୍କଠାରୁ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା।  ମାତ୍ର ଅନୁମାନ ଏହା ଲଗାଯାଉଥିଲା କି ରାହୁଲ ଗାନ୍ଧୀ ପୁଣି ଥରେ ଅମେଠୀ ସିଟରୁ ନିଜ ଭାଗ୍ୟ ପରୀକ୍ଷା କରିବେ, କିନ୍ତୁ ଏଭଳି ହେଲା ନାହିଁ । ଅମେଠୀ ସିଟ୍ ଛାଡ଼ିବା ପରେ ରାହୁଲଗାନ୍ଧୀ ଭାବ ବିହ୍ବଳ ହୋଇଯାଇଛନ୍ତି । ରାୟବରେଲୀରୁ ପ୍ରାର୍ଥୀ ହେବା ପରେ ଯେତେବେଳେ ପ୍ରତିକ୍ରିୟା ଆସିଥିଲା ତ ସେ ଅମେଠୀ ଉପରେ କହିଚାଲିଲେ ।

ରାହୁଲ ଗାନ୍ଧୀ ରାୟବରେଲୀରୁ ନାମାଙ୍କନକୁ ଏକ ଭାବୁକ ସମୟ ବୋଲି କହିଛନ୍ତି ଏବଂ ଏହି ସିଟକୁ ଅମେଠୀ ସହ ଯୋଡ଼ି କହିଥିଲେ କି, ଅମେଠୀ ଏବଂ ରାୟବରେଲୀ ମୋ ଲାଗି ଭିନ୍ନ ଭିନ୍ନ ନୁହେଁ, ଦୁଇଟା ଯାକ ମୋ ପରିବାର ଅଟେ । ରାହୁଲଙ୍କ ପରେ ବି କଂଗ୍ରେସ ଗାନ୍ଧୀ ପରିବାରର ନିକଟତର ନେତା କିଶୋରୀ ଲାଲଙ୍କୁ ଅମେଠୀରୁ ପ୍ରାର୍ଥୀ କରିଛି ।ରାହୁଲ ଗାନ୍ଧୀ ଏହାକୁ ନେଇ କହିଛନ୍ତି କି ସେ ନିଜ ନିକଟ ଲୋକକୁ ଟିକେଟ ଦେବା ସହ ଏବେ ବି ଅମେଠୀକୁ ନିଜ ପାଖରେ ରଖିଛି ।