“ଏସିଆ କପ୍ ୨୦୨୫”ରେ ଐତିହାସିକ ବିଜୟ ପାଇଁ ଭାରତୀୟ ପୁରୁଷ ହକି ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
ନୂଆଦିଲ୍ଲୀ,୯/୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାର ରାଜଗିରରେ ଆୟୋଜିତ, ପୁରୁଷ ହକି “ଏସିଆ କପ୍ ୨୦୨୫”ରେ ଚାମ୍ପିଅନ ହୋଇଥିବାରୁ ଭାରତୀୟ ଟିମକୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ଏହି ବିଜୟ ଅଧିକ ସ୍ୱତନ୍ତ୍ର କାରଣ ଗତ ଥର ବିଜେତା ଦକ୍ଷିଣ କୋରିଆକୁ ଏଥର ଭାରତ ହରାଇଛି ।
ଏକ୍ସର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି;
“ବିହାର ରାଜଗିରରେ ଆୟୋଜିତ “ଏସିଆ କପ୍ ୨୦୨୫”ରେ ଅଭୂତପୂର୍ବ ବିଜୟ ପାଇଁ ଆମର ପୁରୁଷ ହକି ଟିମକୁ ଅଭିନନ୍ଦନ । ଏହି ବିଜୟ ଅଧିକ ସ୍ୱତନ୍ତ୍ର କାରଣ ଗତ ଥରର ବିଜେତା ଦକ୍ଷିଣ କୋରିଆକୁ ଏଥର ଭାରତ ହରାଇଛି।
ଏହା ଭାରତୀୟ ହକି ଏବଂ ଭାରତୀୟ କ୍ରୀଡ଼ା ପାଇଁ ଗୌରବର ସମୟ । ଆମର ଖେଳାଳିମାନେ ଆହୁରି ନୂତନ ଶୀର୍ଷକୁ ଛୁଇଁ ଦେଶକୁ ଅଧିକ ଗୌରବ ଆଣୁଥାନ୍ତୁ ।”

Editor 


