ନେପାଳ ହିଂସାରେ ୨୦ ମୃତ
ନେପାଳ,୯/୯ : ନେପାଳରେ ସୃଷ୍ଟି ହୋଇଥିବା ପୁଲିସ-ଜନତା ହିଂସାରେ ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି। ପୁଲିସ ଗୁଳିରେ ସେମାନଙ୍କ ମୃତ୍ୟୁ ଘଟିଥିବାବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ସୋମବାର ଅପରାହ୍ନରେ ବିକ୍ଷୋଭକାରୀମାନେ ସଂସଦ ଭିତରକୁ ଧସେଇ ପଶିଥିବା ଜଣାପଡ଼ିଛି। ବହୁ ସୁରକ୍ଷାକର୍ମୀ ମୁତୟନ ହୋଇଥିଲେ ହେଁ ବିକ୍ଷୋଭକାରୀଙ୍କୁ ଅଟକାଇବାରେ ସେମାନେ ବିଫଳ ହୋଇଛନ୍ତି।
ଲୋକପ୍ରିୟ ସାମାଜିକ ଗଣମାଧ୍ୟମ ୟୁଟ୍ୟୁବ, ଫେସବୁକ, ହ୍ବାଟ୍ସଆପ, ଇନଷ୍ଟାଗ୍ରାମ ସମେତ ୨୬ଟି ଆପ୍କୁ ନେପାଳ ସରକାର ନିଷିଦ୍ଧ ଘୋଷଣା କରିବା ପରେ ଦେଶରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି। ଜେନେରେସନ ଜେଡ୍ ବା ନୂଆପିଢ଼ିର ଯୁବଗୋଷ୍ଠୀ (୧୯୯୫ ପରେ ଜନ୍ମିତ ଯୁବଗୋଷ୍ଠୀ) ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

Editor 


