ବଦଳିଲା ବିହାର ରାଜଭବନର ନାଁ, ଜାଣନ୍ତୁ କ’ଣ ରହିଲା
ନୂଆଦିଲ୍ଲୀ,୨/୧୨ : କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଜଭବନ ଏବଂ ରାଜ ନିବାସର ନାମ ପରିବର୍ତ୍ତନ କରାଯାଉଛି। ଏବେ ବିହାର ରାଜଭବନର ନାମ ମଧ୍ୟ ପରିବର୍ତ୍ତନ କରାଯାଇଛି । ଏହାକୁ ଆନୁଷ୍ଠାନିକ ଭାବେ 'ବିହାର ଲୋକଭବନ' ଭାବରେ ଜଣାଯିବ। ଡିସେମ୍ବର ୧ ତାରିଖରେ ବିହାର ରାଜ୍ୟପାଳଙ୍କ ପ୍ରମୁଖ ସଚିବ ରବର୍ଟ ଏଲ୍. ଚୋଙ୍ଗଥୁଙ୍କ ଦ୍ୱାରା ସ୍ୱାକ୍ଷରିତ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ତେଣୁ ବିହାରର ରାଜଭବନକୁ ଆନୁଷ୍ଠାନିକ ଭାବରେ 'ବିହାର ଲୋକଭବନ' ଭାବେ ସବୁଆଡ଼େ ବ୍ୟବହୃତ ହେବ।
ଜାରି କରାଯାଇଥିବା ଚିଠିରେ କୁହାଯାଇଛି, "ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ (ସିଏସ୍ ଡିଭିଜନ), ନୂଆଦିଲ୍ଲୀ ଦ୍ୱାରା ଜାରି କରାଯାଇଥିବା ଚିଠି ସଂଖ୍ୟା ୭/୧୦/୨୦୨୫ (ଭାଗ) ଏମ୍.ଏଣ୍ଡ ଜି ତାରିଖ ୨୫/୧୧/୨୦୨୫ଅନୁସାରେ ବିହାରର ରାଜଭବନକୁ ତୁରନ୍ତ ପ୍ରଭାବରେ ସମସ୍ତ ସରକାରୀ ଉଦ୍ଦେଶ୍ୟ ପାଇଁ ବିହାର ଲୋକଭବନ ଭାବରେ ନାମିତ କରାଯାଇଛି।"

Editor 


