ଏକ୍ସଆଇଏମ୍ ୟୁନିଭର୍ସିଟିର ସ୍ନାତକୋତ୍ସବ ଉତ୍ସବ ; ୧୫ ଡକ୍ଟରେଟ୍ ଓ ୭୬୯ ପୋଷ୍ଟ ଗ୍ରାଜୁଏଟ୍ ଡିଗ୍ରୀ ପ୍ରଦାନ

ଏକ୍ସଆଇଏମ୍ ୟୁନିଭର୍ସିଟିର ସ୍ନାତକୋତ୍ସବ ଉତ୍ସବ ; ୧୫ ଡକ୍ଟରେଟ୍ ଓ ୭୬୯ ପୋଷ୍ଟ ଗ୍ରାଜୁଏଟ୍ ଡିଗ୍ରୀ ପ୍ରଦାନ

ଭୁବନେଶ୍ୱର,୨୫/୪ : ଏକ୍ସଆଇଏମ୍ ୟୁନିଭର୍ସିଟିର ଦୀର୍ଘ ଦୃଷ୍ଟି ଓ ଦୃଢ଼ ଅଙ୍ଗୀକାର ସହିତ ଉତ୍କୃଷ୍ଟ ଶିକ୍ଷା ଏବଂ ଦାୟିତ୍ୱପୂର୍ଣ୍ଣ ନେତୃତ୍ୱ ତିଆରି କରିବାରେ ନିର୍ବାଚିତ ହୋଇଥିବା ଏକ ଅନ୍ୟତମ ଶିକ୍ଷା ପ୍ରତିଷ୍ଠାନ ଭାବେ ପରିଚିତ ଏହି ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସର ବୃହତ୍ ଅଡିଟୋରିଅମ୍‌ରେ ସ୍ନାତକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅନୁଷ୍ଠାନ ମାନବୀୟ ମୂଲ୍ୟବୋଧ, ନେତୃତ୍ୱ ଦକ୍ଷତା, ଓ ବିଶ୍ୱବ୍ୟାପୀ ବଜାର ଭିତରେ ନୂଆ ଦୃଷ୍ଟିକୋଣ ନେଇ ଅଗ୍ରଗତି କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ରୂପେ ବିବେଚିତ ହୋଇଛି। ଏଥିରେ ସମୁଦାୟ ୧୫ ଡକ୍ଟରାଲ୍ ଡିଗ୍ରୀ ଓ ୭୬୯ଟି ପୋଷ୍ଟଗ୍ରାଜୁଏଟ୍ ଡିଗ୍ରୀ ପ୍ରଦାନ କରାଯାଇଛି।


ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗ୍ରୋଥ୍ ମାର୍କେଟସ କାଉନ୍‌ସିଲ୍‌ର ଅଧ୍ୟକ୍ଷ ରାଜିବ ମେମାନୀ ଉପସ୍ଥିତ ଥିଲେ। ସେ ଏକ ଚାର୍ଟାର୍ଡ ଅକାଉଣ୍ଟାଣ୍ଟ ଓ ଶ୍ରୀରାମ କମର୍ସ କଲେଜ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ବ୍ୟାଚଲର ଅଫ କମର୍ସ ସ୍ନାତକ ପାଇଛନ୍ତି। ୨୦୨୪-୨୫ ବର୍ଷ ପାଇଁ ସେ ସିଆଇଆଇର ଅଧ୍ୟକ୍ଷ ଭାବେ ନିୟୁକ୍ତ ହୋଇଛନ୍ତି। ସେ ଭାରତ ସରକାରଙ୍କ ଦ୍ୱାରା ଗଠିତ ଅନେକ ଉଚ୍ଚସ୍ତରୀୟ କମିଟିର ସଦସ୍ୟ ଭାବେ ଅନୁଷ୍ଠାନରେ ଭାଗ ନେଇ ରାଜସ୍ୱ ଓ ନୀତି ରୂପାନ୍ତର ଉପରେ ଗଭୀର ଅବଦାନ ଦେଉଛନ୍ତି।
କାର୍ଯ୍ୟକ୍ରମରେ ଅତିଥି ଭାବେ ଫାଦର୍‌.ଜେରମ୍ କୁଟିନ୍ନା, ଏସ୍‌. ଜେ, ଚେୟାରମ୍ୟାନ୍‌, ବୋର୍ଡ ଅଫ ଗଭର୍ନର୍ସ, - ଶ୍ରୀ ରାଜୀବ କୌଲ, ଏମେରିଟସ୍ ଚେୟାରମ୍ୟାନ୍‌, ବୋର୍ଡ ଅଫ ଗଭର୍ନର୍ସ, ଫାଦର୍‌. ଭାଇସ୍ ଚାନ୍ସଲର୍ ଆଟୋଂନି ଆର୍ ଉଭାରୀ ଏସ୍ ଜେ, ରେଜିଷ୍ଟ୍ରାର୍ ଫାଦର୍ ଏସ୍ ଆଟୋଂନି ରାଜ୍ ଏସ୍ ଜେ, ମୁଖ୍ୟ ଅର୍ଥ ଅଧିକାରୀ ଫାଦର୍ ଆରୋକିୟାଦାଶ ଭଦାଥାଇଆନ୍‌, ବିଭିନ୍ନ ବିଦ୍ୟାଳୟର ଡିନ୍ ଓ ବୋର୍ଡ ଅଫ ଗଭର୍ନର୍ସର ସଦସ୍ୟମାନେ ଉପସ୍ଥିତ ଥିଲେ। ସ୍କୁଲ୍ ଅଫ୍ ରୁରାଲ୍ ମ୍ୟାନେ୍‌ଜମେଟଂର ଡିନ୍ ଅଧ୍ୟାପକ ନୀରଜ କୁମାର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଭାଇସ୍ ଚାନ୍ସଲର୍ ଫାଦର୍ ଆଟୋଂନି ଆର୍ ଉଭାରୀ ଏସ୍ ଜେ ପୂର୍ବ ବର୍ଷର କୃତିତ୍ୱ ଉପରେ ବିବରଣୀ ପ୍ରଦାନ କରିଥିଲେ। ସମସ୍ତ ବିଦ୍ୟାଳୟର ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ମୁଖ୍ୟ ଅତିଥିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ। ରେଜିଷ୍ଟ୍ରାର୍ ଫାଦର୍ ଏସ୍ ଆଟୋଂନି ରାଜ୍ ଏସ୍ ଜେ ଧନ୍ୟବାଦ ଦେିଥିଲେ। 
ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ଦ୍ୱାରା ଉଚ୍ଚଶିକ୍ଷା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ଅନେକ ମୂଲ୍ୟବାନ ପଦକ୍ଷେପ ଏବଂ ଜାତି ଗଠନ ପ୍ରଚେଷ୍ଟାରେ ତାଙ୍କର ଅବଦାନ ଉଲ୍ଲେଖଯୋଗ୍ୟ। ବିଶ୍ୱବିଦ୍ୟାଳୟ ଗତ ବର୍ଷ ଯେଉଁଠି ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି କରିଛି, ତାହା ଉପରେ ଆଲୋକପାତ କରାଯାଇଛି।