ଝାରସୁଗୁଡ଼ାରେ ଅସାଧୁ ସୁଧ ଖୋର୍ ଗ୍ୟାଙ୍ଗଙ୍କ ଚେର ଲମ୍ବିବାରେ ଲାଗିଛି

ଝାରସୁଗୁଡ଼ାରେ ଅସାଧୁ ସୁଧ ଖୋର୍ ଗ୍ୟାଙ୍ଗଙ୍କ ଚେର ଲମ୍ବିବାରେ ଲାଗିଛି

ଝାରସୁଗୁଡ଼ା,୨/୧୦ : ଝାରସୁଗୁଡ଼ା ଜିଲ୍ଲାରେ ପୋଲିସର ନାକ ତଳେ ଅସାଧୁ ସୁଧଖୋର୍ ଗ୍ୟାଙ୍ଗଙ୍କ ଚେର ଲମ୍ବିବାରେ ଲାଗିଛି । ସାଧାରଣ ଲୋକଙ୍କୁ ସୁଧ ଦେଇ ଲୋକଙ୍କୁ ସର୍ବସାନ୍ତ କରୁଥିବା ଗ୍ୟାଙ୍ଗ୍ ଏବେ ସାମ୍ନାକୁ ଆସୁଛନ୍ତି। କିଛି ମାସ ତଳେ ଝାରସୁଗୁଡ଼ା ସହରର ବିଭିନ୍ନ ସ୍ଥାନରୁ ରାଜାମାନ୍ ସୁଲତାନ ନାମକ ବ୍ୟକ୍ତି ଦ୍ୱାରା ସୁଧ କାରବାର, ବନ୍ଧକ ଓ ପରବର୍ତ୍ତି ସମୟରେ ନିର୍ଯାତନା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା । 

ରାଜାମାନ୍ ସୁଲତାନକୁ ଝାରସୁଗୁଡ଼ା ପୋଲିସ ମନି ଲଣ୍ଡରିଂ ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଏବେ ବ୍ରଜରାଜନଗର ଥାନା ଅନ୍ତର୍ଗତ ବୁନ୍ଦିଆ କଲୋନୀ ବାଲ୍ମୀକି ସିଂ ନାମରେ ପୋଲିସ ଏକ ମନି ଲଣ୍ଡରିଂ ଆକ୍ଟରେ କେସ ନମ୍ବର ୨୧୬/୨୫ରେ ମାମଲା ରୁଜୁ କରିଛି । 

ସୂଚନାଯୋଗ୍ୟ ଯେ, ଏମସିଏଲ ଅବସରପ୍ରାପ୍ତ କର୍ମଚାରୀ ବୁନ୍ଦିଆ କଲୋନୀର ପୀତବାସ ନାଏକ ୨୦୨୩ରେ ବାଲ୍ମୀକି ସିଂଠାରୁ ୧୮ ଲକ୍ଷ ଟଙ୍କା ଧାର ସୂତ୍ରରେ ନେଇଥିଲେ । ଏହି ଟଙ୍କା ବାବଦକୁ ବାଲ୍ମୀକି ସିଂଙ୍କୁ ଶ୍ରୀ ନାଏକ ବ୍ୟାଙ୍କ ପାସବୁକ୍, ୫ ଟି ଚେକ୍ ଓ ଏଟିଏମ୍ କାର୍ଡ଼ ବନ୍ଧକ ଭାବେ ରଖିଥିଲେ । ପୀତବାସ ନାଏକଙ୍କ ପ୍ରତିମାସ ଦରମାରୁ ୧୮ଲକ୍ଷ ଟଙ୍କାର ସୁଧ ବାବଦକୁ ଏଟିଏମରୁ ହଜାର ହଜାର ଟଙ୍କା ବାହାର କରିନେବା ସହ ୧୦ହାଜର ଟଙ୍କା ପୀତବାସଙ୍କୁ ଘର ଚଲିବା ବାବଦକୁ ଦେଉଥିଲା ବାଲ୍ମୀକି ସିଂ । ୨୦୨୫ମାର୍ଚ୍ଚରେ ଏମସିଏଲରୁ ଅବସର ନେଇଥଲେ ଶ୍ରୀ ନାଏକ । ଜୁନ ୨୦୨୫ ମାସରେ ବାଲ୍ମୀକି ସିଂ ଶ୍ରୀ ନାଏକକୁ ଧମକ ଚମକ୍ ଦେଇ ଜୁନ ମାସରେ ଶ୍ରୀ ନାଏକଙ୍କଠାରୁ ଅନ୍ୟ ଦୁଇ ଜଣଙ୍କ ନାଁ ଆକାଉଣ୍ଟକୁ ବାଲ୍ମୀକି ସିଂ ୨୮ଲକ୍ଷ ଟଙ୍କା ନେବା ପରେ ୧୦ଲକ୍ଷ ଟଙ୍କାର ଶ୍ରୀ ନାଏକଙ୍କ ନାଁରେ ଏକ ଚେକ୍ ବ୍ରଜରାଜନଗର SBIବ୍ୟାଙ୍କରେ ଲାଗିଥିଲେ । ଯାହାକି ଶ୍ରୀ ନାଏକଙ୍କ ଆକାଉଣ୍ଟରେ ୧୦ଲକ୍ଷ ଟଙ୍କା ନଥିବାବେଳେ ଚେକଟି ବାଉଁସ ହୋଇଯିବା ଫଳରେ ବାଲ୍ମୀକି ସିଂ ଅଗଷ୍ଟ ୧୪ତାରିଖ ଦିନ ଶ୍ରୀ ନାଏକ ୧୦ ଲକ୍ଷ ଟଙ୍କା ନେଇଥିବା ଦର୍ଶାଇ ଝାରସୁଗୁଡ଼ା କୋର୍ଟରୁ ଏକ ମିଛ ଲିଗାଲ ନୋଟିସ କରିଥିଲେ । 

ଶ୍ରୀ ନାଏକ ନୋଟିସ ପାଇବା ପରେ ବ୍ୟାଙ୍କକୁ ଯାଇ ଖାତା ଯାଞ୍ଚ କରାଇବା ପରେ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଶ୍ରୀ ନାଏକଙ୍କ ଖାତାରେ ମୋହର ମାରି ଲେଖି ଦେଇଥିଲେ ୨୦୨୧ ମସିହାରୁ ଆକାଉଣ୍ଟ ଅଚଳ ହୋଇସାରିଛି । ଏ ସବୁ ଘଟଣା ଜାଣିବା ପରେ ଶ୍ରୀ ନାଏକ ବ୍ରଜରାଜନଗର ଥାନାରେ ଏକ ଏତଲା ଦେଇଥିଲେ ଏତଲା ଆଧାରରେ ପୋଲିସ ଏକ କେସ ରୁଜୁ କରି ଚୁପ୍ ବସିଛି । ଏବେ ବଡ଼ ପ୍ରଶ୍ନ ଝାରସୁଗୁଡ଼ା ଏସପି କାହା ଚାପରେ ଚେପା ହୋଇ ଅପରାଧୀଙ୍କୁ ଗିରଫ ନ କରି ଚୁପ୍ ବସିଛନ୍ତି ।