୨୮ରେ ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା

ଭୁବନେଶ୍ୱର : ଦିନିକିଆ ଓଡିଶା ଗସ୍ତରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା। ୨୮ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା। ବ୍ରହ୍ମପୁରରେ ସାଧାରଣ ସଭାକୁ ସମ୍ବୋଧିତ କରିବେ ନଡ୍ଡା।
ବ୍ରହ୍ମପୁରରୁ ନବରଙ୍ଗପୁର ଯିବେ,ଏହାପରେ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ। ନଡ୍ଡାଙ୍କ ଗସ୍ତ ନେଇ ଶୁକ୍ରବାର ବିଜେପି ନେତା ସମୀର ମହାନ୍ତି ପକ୍ଷରୁ ସୂଚନା ମିଳିଛି।