କୋଳଥିଆଠାରେ ଦିବ୍ୟ ଜୀବନ ସଂଘ ପକ୍ଷରୁ ପ୍ରସାଦ ବଣ୍ଟନ

ଭୁବନେଶ୍ବର,୧୫/୭ : ସ୍ଥାନୀୟ ଖଣ୍ଡଗିରି ସ୍ଥିତ କୋଳଥିଆଠାରେ ଦିବ୍ୟ ଜୀବନ ସଂଘ ଆନୁକୂଲ୍ୟରେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ମହାସମାରୋହରେ ଅନୁଷ୍ଠିତ ହେଉଛି । ୨୦୦୨ ମସିହାରୁ ଏହି କାର୍ଯ୍ୟକ୍ରମ ଚାଲୁ ଅଛି । ଚଳିତ ବର୍ଷ ଏହା ୨୨ବର୍ଷରେ ପଦାର୍ପଣ କରିଛି । ସେହିଭଳି ୨୦୧୩ମସିହାରୁ ‘ଜଗନ୍ନାଥାୟନ’ ସ୍ମରଣିକା ପ୍ରକାଶ ପାଇଆସୁଛି ।
ତିନି ଠାକୁରଙ୍କ ପାଇଁ ନିର୍ମିତ ତିନୋଟି ରଥରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏବଂ ସୁଦର୍ଶନ ରଥାରୂଢ଼ ହୁଅନ୍ତି। ୯ ଦିନ ଧରି ଗୁଣ୍ଡିଚା ଘରେ ବିଭିନ୍ନ ସାଂସ୍କୃତିକ ତଥା ପ୍ରବଚନ କାର୍ଯ୍ୟକ୍ରମ ମାନ ବହୁ ଆଡମ୍ବରରେ ଆୟୋଜିତ ହୋଇଥାଏ । ପ୍ରତ୍ୟେକ ଦିନ ୧ହଜାରରୁ ଊର୍ଦ୍ଧ୍ବ ଜଗନ୍ନାଥ ପ୍ରେମୀ ଓ ଭକ୍ତଙ୍କ ସମାଗମ ହେବା ସହ ପ୍ରସାଦ ବଣ୍ଟନର ବ୍ୟବସ୍ଥା ମଧ୍ୟ ହୋଇଥାଏ । ସ୍ଥାନୀୟ ଭକ୍ତ ଏବଂ ଶ୍ରଦ୍ଧାଳୁମାନେ ଅର୍ଥ ଏବଂ ଶ୍ରମ ଦାନ କରି ଶୃଙ୍ଖଳିତ ଭାବରେ ଏହି ସମସ୍ତ କାର୍ଯ୍ୟକ୍ରମକୁ ସମ୍ପାଦନ କରିଥାନ୍ତି । ସେହିଭଳି ହଜାର ହଜାର ଭକ୍ତମାନଙ୍କର ସମାରୋହରେ ରଥଯାତ୍ରା ପାଳନ ହେଉଥିବାବେଳେ ମା’ ସୁଭଦ୍ରାଙ୍କ ରଥ ମହିଳାମାନେ ଟାଣିଥାନ୍ତି ।
ଦିବ୍ୟ ଜୀବନ ସଂଘର ସଭାପତି ସତ୍ୟବ୍ରତ ଦାଶ, ଉପ ସଭାପତି ସମ୍ପଦ କୁମାର ରେଡ୍ଡୂ, ସମ୍ପାଦକ ଅଜୟ ପଟ୍ଟନାୟକ, କୋଷାଧ୍ୟକ୍ଷ ବିଦ୍ୟାଧର ଜେନା, ହିସାବ ସମୀକ୍ଷକ ମୁକ୍ତି କାନ୍ତ ଅଗସ୍ତି, ସହ ସମ୍ପାଦକ ସୁନୀଲ ରଥଙ୍କ ତତ୍ତ୍ବାବଧାନରେ, କାର୍ଯ୍ୟ ନିର୍ବାହୀ ସଦସ୍ୟ ସଦସ୍ୟା, ଅନ୍ୟାନ୍ୟ ସଦସ୍ୟ ସଦସ୍ୟାମାନଙ୍କ ସହଯୋଗରେ ଏହି ସମସ୍ତ କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ । ସେହିଭଳି ଠାକୁରଙ୍କ ଅନ୍ୟାନ୍ୟ ସେବା ସହିତ ପ୍ରସାଦ ପରସା ଦାୟିତ୍ବରେ କାର୍ଯ୍ୟ ନିର୍ବାହୀ କମିଟି ସଦସ୍ୟା ସସ୍ମିତା କାନୁନଗୋ, ଶାନ୍ତି ଲତା ରାଉତ ରାଏ, ମଞ୍ଜୁଶ୍ରୀ ରାଉତ,ଡଲି ପ୍ରଧାନ ,ଅମୂଜାକୀ ପାତ୍ର, ରିତାଞ୍ଜଳୀ ହୋତା,ପ୍ର ମୋଦିନୀ ନଦ ପ୍ରମୁଖ ରହି ସେବା ପ୍ରଦାନ କରିଥାନ୍ତି ।