ଟୁଇନ୍‌ ସିଟିରେ ଘଡ଼ ଘଡ଼ି ସହ ବର୍ଷା

ଟୁଇନ୍‌ ସିଟିରେ ଘଡ଼ ଘଡ଼ି ସହ ବର୍ଷା

ଭୁବନେଶ୍ୱର,୨୪/୨ : ଟୁଇନ୍‌ ସିଟିରେ ଘଡ଼ ଘଡ଼ି ସହ ବର୍ଷା ନେଇ ୩ ଘଣ୍ଟିଆ ୱାର୍ନିଂ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଜାରି କରିଛନ୍ତି । ଅନ୍ୟପକ୍ଷେ ପୁରୀ, ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ ଜିଲ୍ଲାକୁ ମଧ୍ୟ ୱାର୍ଣ୍ଣିଂ ଜାରି କରାଯାଇଛି। ଗଜପତି, ରାୟଗଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁର ପାଇଁ ମଧ୍ୟ ସତର୍କତା ଜାରି ରହିଛି।

ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ଦୁଇ ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ବିଶେଷ କରି କୋରାପୁଟ, ସୁବର୍ଣ୍ଣପୁର ବରଗଡ ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ତେବେ ଆସନ୍ତାକାଲି ୫ ଜିଲାରେ ବର୍ଷା ନେଇ ପାଣିପାଗ ବିଭାଗ ୟେଲୋ ୱାର୍ନିଂ ଜାରି କରିଛି । ସେହି ଜିଲାଗୁଡିକ ହେଲା ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଏବଂ କେନ୍ଦୁଝର। ଏ ସବୁ ଜିଲ୍ଲାରେ ବିଜୁଳି ଓ ଘଡଘଡି ସହ ବର୍ଷା ଏବଂ ପବନ ସମ୍ଭାବନା ରହିଛି।