କର୍ମର ଫଳ

କର୍ମର ଫଳ

ଭଗବାନ୍ ଶ୍ରୀ କୃଷ୍ଣ ଗୀତାରେ କହିଛନ୍ତି, ଆଶା ନ ରଖି କର୍ମ କରିଚାଲ, ସମୟ ଆସିଲେ ମୁଁ ଫଳ ଦେବି। ହେଲେ ଏବେ ଶୁଣୁ ଥିବା ଖବର ଅନୁସାରେ ଆମ ଶାସନ ଭାର ସମ୍ଭାଳିଥିବା ଶାସକମାନଙ୍କର ଏତେ ପରିମାଣର ସତ୍ କର୍ମ ହୋଇଗଲା ଯେ ଭଗବାନ୍ ତାକୁ ସମ୍ଭାଳି ନ ପାରି ଫଳକୁ ଅଜାଡ଼ି ପକାଇଲେ। ସେତିକି ନୁହେଁ, ଫଳ ଭଳିଆ ଫଳ ନୁହେଁ, ଏକାବେଳେ ତିନି ଗୁଣା ଫଳ। କଣ ନା ଲୋକମାନଙ୍କର ସେବା କରୁଛନ୍ତି। ଜଣେ ଶିକ୍ଷକ, ଡାକ୍ତର, ଏବଂ ଅନ୍ୟାନ୍ୟ ସରକାରୀ କର୍ମଚାରୀମାନେ ଲୋକମାନଙ୍କର ସେବା କରୁଛନ୍ତି କି ନା ? ଯେତେବେଳେ କୌଣସି ଶିକ୍ଷାନଷ୍ଠାନ ହେଉ କିମ୍ବା ହସ୍ପିଟାଲ, ଆଦିର ଶୁଭାରମ୍ଭ ହୋଇଥାଏ, ସେତେବେଳେ ସରକାରଙ୍କ ବିନା ଅନୁମତିରେ ହୋଇନଥାଏ । ତା ସତ୍ତ୍ୱେ ଅନ୍ୟାନ୍ୟ କର୍ମଚାରୀମାନେ ଯେଉଁ କାର୍ଯ୍ୟ କରୁଛନ୍ତି, ତାଙ୍କୁ ମଧ୍ୟ କାହାର ଅନୁମତି ମିଳିଥାଏ। ଯେତେବେଳେ ସେମାନେ କୌଣସି ସମସ୍ୟା ନେଇ ଯାଆନ୍ତି, ସରକାର ଅନେକ କିଛି ମନ ଭୁଲାଣିଆ କଥା କହିବାକୁ ପଛ ଘୁଞ୍ଚା ଦିଅନ୍ତି ନାହିଁ। ବଜେଟ୍ ବିଷୟରେ ମଧ୍ୟ ଦର୍ଶାଇ ସବୁର କାଟ୍ ଛାଟ କରିଦେଇ ଥାଆନ୍ତି। ନିଜ ବେଳକୁ ଆସେ କେଉଁଠୁ ? 

କିଛି ବର୍ଷ ପୂର୍ବେ ଚାକିରିଆମାନଙ୍କର ପେନସନ ବ୍ୟବସ୍ଥାକୁ କାଟି ଦିଆଗଲା, କିନ୍ତୁ ମନ୍ତ୍ରୀ, ବିଧାୟକମାନଙ୍କର ପେନସନ ବ୍ୟବସ୍ଥା ଅଛି। ସରକାରୀ କର୍ମଚାରୀମାନେ ନିଜର ଗଚ୍ଛିତ ଅର୍ଥରେ ସାରା ଜୀବନ ଚଳିବେ, ହେଲେ ଯେଉଁ ଜାଗାରେ ଶାସକ ମାନଙ୍କର ରହିବା, ଖାଇବା, ଯିବା ଆସିବା ସବୁ ମାଗଣା ହୋଇଥାଏ, ତାଙ୍କର ଗଚ୍ଛିତ ଅର୍ଥ ଯାଉଛି କୁଆଡେ? ଖରା,ବର୍ଷା, ଶୀତ ରେ ଅନେକ ଦାବିନେଇ ରାଜରାସ୍ତାରେ ବସି ଥିବା କର୍ମଚାରୀ ଙ୍କର କଥାକୁ ନିରୀକ୍ଷଣ ନକରି, ନିଜ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିନେବା କେତେଦୂର ଠିକ୍, ସାଧାରଣ ଜନତା ଏହାର ସଠିକ୍ ମତାମତ ଦେବେ, ମୋର 

ସଂଯୁକ୍ତା ଦାଶ 

କଳିଙ୍ଗ ବିହାର, ଭୁବନେଶ୍ୱର