୯୦ଦଶକର ଫ୍ଲପ୍ ଷ୍ଟାର୍ ୨୦୨୫ରେ ସୁପରଷ୍ଟାର୍
ମୁମ୍ବାଇ,୧୬/୧୨ : ସୋସିଆଲ ମିଡ଼ିଆ ଖୋଲିଲେ ଏବେ ଗୋଟିଏ ନାଁ ଅକ୍ଷୟ ଖନ୍ନା । ୯୦ଦଶକର ବେଶ୍ ଜଣାଶୁଣା ନାଁ କହିଲେ ଅତ୍ୟୁକ୍ତି ହେବ ନାହିଁ । ମାତ୍ର ସେତେବେଳେ ତାଙ୍କୁ ସେହି ଷ୍ଟାରଡମ୍ ମିଳିନଥିଲା। ୨୦୨୫ରେ ସେ ଯେତିକି ପ୍ରଶଂସା ସାଉଣ୍ଟୁଛନ୍ତି ସେତେବେଳେ ତାଙ୍କୁ ସେତେମାତ୍ରାରେ ମିଳିନଥିଲା । କୁହାଯାଏ ଅପେକ୍ଷାର ଫଳ ମିଠା । ଆଜ୍ଞା ତାହାକୁ ପୁଣି ଥରେ ପ୍ରମାଣିତ କରିଛନ୍ତି ବଲିଉଡ଼ ଅଭିନେତା ଅକ୍ଷୟ ଖନ୍ନା ।
ଫିଲ୍ମ "ଧୁରନ୍ଧର" ବକ୍ସ ଅଫିସରେ ଧମାଲ କରିବାରେ ଲାଗିଛି । ରିଲିଜ୍ ହେବା ପରଠାରୁ ଫିଲ୍ମର ଚରିତ୍ର, ଗୀତ ଓ କାହାଣୀର ପ୍ରଶଂସା ଚାରିଆଡ଼େ। ସୋସିଆଲ ମିଡ଼ିଆକୁ ହାଇଜାକ୍ କରିନେଇଛି ଫିଲ୍ମର ଗୀତ। ଫୋନ ଖୋଲିବା ମାତ୍ରେ ଫିଲ୍ମର ବିଭିନ୍ନ ଗୀତ ଆଖି ଆଗରେ ପଡ଼ୁଛି। ଦିନକୁ ଦିନ ଅଧିକ ଦର୍ଶକଙ୍କ ଭଲ ପାଇବା ମିଳୁଛି ।
ଫିଲ୍ମରେ ରଣବୀରଙ୍କ ବ୍ୟତୀତ ଅର୍ଜୁନ ରାମପାଲ, ଅକ୍ଷୟ ଖନ୍ନା, ଆର୍. ମାଧବନ, ସଞ୍ଜୟ ଦତ୍ତ, ସାରା ଅର୍ଜୁନଙ୍କ ଭଳି କଳାକାର କାମ କରିଛନ୍ତି । କିନ୍ତୁ ସବୁଠି ଏବେ ଅକ୍ଷୟଙ୍କ ଅଭିନୀତ ଚରିତ୍ରକୁ ନେଇ ଟ୍ରେଣ୍ଡ କରୁଛି ।

Editor 


