ବାପା ହେବେ ଓଲିଉଡ଼ ଅଭିନେତା ସବ୍ୟ
ଭୁବନେଶ୍ୱର,୧୪/୧୨ : ବାପା ହେବେ ଓଲିଉଡ଼ ଅଭିନେତା ସବ୍ୟସାଚୀ ମିଶ୍ର । ଖୁବଶୀଘ୍ର ନୂଆ ଅତିଥିକୁ ସ୍ୱାଗତ କରିବାକୁ ଯାଉଛନ୍ତି ସବ୍ୟାର୍ଚ୍ଚିତା । ଏ ନେଇ ସବ୍ୟସାଚୀ ଓ ଅର୍ଚ୍ଚିତା ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ଫଟୋ ପୋଷ୍ଟ କରି ଫ୍ୟାନ୍ସଙ୍କୁ ଜଣାଇଛନ୍ତି । ଏହାପରେ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।
ସୂଚନା ଅନୁସାରେ, ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ବାହାଘର ୨୦୨୧ ମାର୍ଚ୍ଚରେ ରାଜସ୍ଥାନର ଏକ ରିସୋର୍ଟରେ ହୋଇଥିଲା | ଦୀର୍ଘ ଦିନ ଧରି ଉଭୟଙ୍କ ଭିତରେ ଭଲପାଇବାକୁ ନେଇ ଚର୍ଚ୍ଚା ହେଉଥିଲା । ଶେଷରେ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ଉଭୟେ ସାତ ଜନ୍ମର ସାଥୀ ହୋଇଥିଲେ ।

Editor 


