ମଲ୍ୟାଶୁଣୀଙ୍କ ସପ୍ତଶତୀ ଚଣ୍ଡୀ ମହାଯଜ୍ଞ ଉଦଯାପିତ; ଯୁବ କଳାକାରଙ୍କ ଅଭିନୟରେ ଦର୍ଶକ ବିଭୋର

ମଲ୍ୟାଶୁଣୀଙ୍କ ସପ୍ତଶତୀ ଚଣ୍ଡୀ ମହାଯଜ୍ଞ ଉଦଯାପିତ; ଯୁବ କଳାକାରଙ୍କ ଅଭିନୟରେ ଦର୍ଶକ ବିଭୋର

ବଡ଼ଚଣା,୨୯/୩ : ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ କୁନ୍ଦଳ ପଂଚାୟତ ଗରଗାଲି ଗ୍ରାମର ଗ୍ରାମ ଦେବତୀ ମା' ମଲ୍ୟାଶୁଣୀଙ୍କ ଚତୁତ୍ରିଂଶତମ ବାର୍ଷିକ ଚଣ୍ଡୀ ମହାଯଜ୍ଞ ଖୁବ୍ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି l ଏହି ଯଜ୍ଞ ମାର୍ଚ୍ଚ ୨୪,୨୫,୨୬ ଓ ୨୭ତାରିଖରେ ଅନୁଷ୍ଠିତ ହୋଇଯାଇଛି l ୨୪ତାରିଖ ଦିନ ଶତାଧିକ ଶ୍ରଦ୍ଧାଳୁଙ୍କ ଦ୍ୱାରା କଳସ ବୁଡା କାର୍ଯ୍ୟକ୍ରମ କରାଯାଇଥିଲା l ପରେ ମା’ଙ୍କ ନିକଟରେ ତଥା ୨୫ତାରିଖ ସକାଳୁ ପ୍ରଥମେ ସୂର୍ଯ୍ୟ ପୂଜା, ଗୋ ପୂଜା କରାଯିବା ପରେ ଯଜ୍ଞ କୁଣ୍ଡରେ ଅଗ୍ନି ସ୍ଥାପନା କରଯାଇଥିଲା l 

ଏହି ତିନି ଦିନ ପଣ୍ଡିତମାନଙ୍କ ଦ୍ବାରା ଯଜ୍ଞ କରାଯାଇଥିଲା l ଯଜ୍ଞରେ କର୍ତ୍ତା ଭାବେ ଗରଗାଲି ଗ୍ରାମର ଡ଼. ସୁଧୀର ଚନ୍ଦ୍ର ସାମଲ ଓ ପତ୍ନୀ ପ୍ରତିମା ସାମଲ ଯଜ୍ଞ ମଣ୍ଡପରେ ବସି ଆହୁତି ପ୍ରଦାନ କରିଥିଲେ l ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଭଜନ କୀର୍ତ୍ତନ କାର୍ଯ୍ୟକ୍ରମ ହେବା ସଙ୍ଗେସଙ୍ଗେ ଭକ୍ତଙ୍କ ଲାଗି ପ୍ରତ୍ୟେକ ଦିନ ଆନନ୍ଦ ବଜାର କରାଯାଇଥିଲା l ୨୬ ଓ ୨୭ ତାରିଖ ଦିନ ଗ୍ରାମର ଯୁବ କଳାକାର ସିଲୁ, ବବୁ, ଡୋରା, ଭବାନୀ, ବାପିନା, ଲାପୁ, ବାବୁଲି,ବାଟୁଆ, ମିଟୁ, ଅଜୟ, ତରୁଣ,ଶିବାନୀ, ଛୋଟ ସିଲୁ, ବାବୁ, ଆଶୁତୋଷ ଓ ତ୍ରିଲୋଚନମାନଙ୍କ ଦ୍ବାରା ଦୁଇ ରାତ୍ର ବ୍ୟାପୀ ନାଟକ 'ମିଛ ପାଖେ ସତ ବନ୍ଧା ପଡ଼ିଛି' ଓ ' ରାମ ଦେବ ଆଜି ଅଗ୍ନି ପରୀକ୍ଷା' ମଞ୍ଚସ୍ଥ କରାଯାଇଥିଲା l ହଜାର ହଜାର ଭକ୍ତଙ୍କ ଗହଳି ସବୁ ଦିନ ଲାଗି ରହିଥିଲା l ଗରଗାଲି ଗ୍ରାମବାସୀ ବୃନ୍ଦ ପକ୍ଷରୁ ଏଇ ୪ଦିନ ମା’ଙ୍କ ଯଜ୍ଞ ଓ ନାଟକ କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳା ସହ ସୁରୁଖୁରୁ ଭାବେ ସଂପନ୍ନ କରାଯାଇଥିଲା l