ରାତି ଅଧରେ ଜମିରୁ ମାଟି ତାଡ଼ି ନେଲେ ଦୁର୍ବୃତ୍ତ
ଫୁଲନଖରା,୨୯/୩ : ବାଲିଅନ୍ତା ତହସିଲ ପାହାଳ ଥାନା ଅନ୍ତର୍ଗତ ଯୋହଳ ଗ୍ରାମର କାଳନ୍ଦୀ ବେହେରାଙ୍କ ଜମିରୁ କେହି ଦୁର୍ବୃତ୍ତ ଶନିବାର ରାତିରେ ଜେସିବି ମେସିନ ସହାୟତାରେ ପ୍ରାୟ ୫୦ଟ୍ରିପ୍ ମାଟି ହାଇୱାରେ ତାଡି ନେଇଯାଇଛି । ଆଜି ସକାଳେ ଏ ସମ୍ପର୍କରେ ଜାଣିବା ପରେ କାଳନ୍ଦୀ ଓ ତାଙ୍କ ପରିବାର ଲୋକେ ପାହାଳ ଥାନାରେ ଏତଲା ଦେଇଛନ୍ତି।
ପାହାଳ ଥାନାଧିକାରୀ ଏତଲା ଗ୍ରହଣ କରି ମାମଲା ରୁଜୁ କରି ଖୋଳତାଡ଼ କରୁଛନ୍ତି । କାଳନ୍ଦୀଙ୍କ ଜମିକୁ ଲାଗିଥିବା ଭୀମପୁର ଗ୍ରାମର ବାଙ୍କୀ ଠାକୁରାଣୀଙ୍କ ଜମିରୁ ମଧ୍ୟ ଦୁର୍ବୃତ୍ତ ମାଟି ତାଡ଼ି ନେଇଛନ୍ତି । ଭୀମପୁର ଗ୍ରାମବାସୀଙ୍କ ତରଫରୁ ମଧ୍ୟ ଥାନାରେ ଏତଲା ଦିଆଯାଇଛି। ଅଞ୍ଚଳରେ ଲଗାତାର ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗ୍ରାମବାସୀ ଦାବି କରୁଛନ୍ତି। କେହି ବିଲରୁ ମାଟି ଉଠାଇ ବିକି ଦେଇଥିବା ଅନୁମାନ କରାଯାଉଛି। ଏଥିରେ ଏକାଧିକ ଲୋକ ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି। ତେବେ କିଏ ଏହି କାର୍ଯ୍ୟ କରିଛି ତଦନ୍ତ ପରେ ଜଣା ପଡିବ ବୋଲି ପାହାଳ ଥାନା ପକ୍ଷରୁ କୁହାଯାଇଛି।

Editor 


