ହିନ୍ଦୀ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା, ସମସ୍ତ ଭାଷାକୁ ସମୃଦ୍ଧ କରିବାକୁ ଆହ୍ୱାନ
ନୂଆଦିଲ୍ଲୀ,୧୪/୯ : ହିନ୍ଦୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ, ହିନ୍ଦୀକୁ ଭାରତର ପରିଚୟ ଏବଂ ମୂଲ୍ୟବୋଧର ଜୀବନ୍ତ ପ୍ରତୀକ ଭାବେ ବର୍ଣ୍ଣନା କରିଛନ୍ତି । ସେ ଏହାର ସାଂସ୍କୃତିକ ଏବଂ ଭାବପ୍ରବଣ ମହତ୍ତ୍ୱକୁ ଉଲ୍ଲେଖ କରି, ଏକତାର ସୁତ୍ର ଭାବେ ହିନ୍ଦୀର ଭୂମିକାକୁ ଗୁରୁତ୍ୱାରୋପ କରିଛନ୍ତି । ସେ ନାଗରିକମାନଙ୍କୁ ସମସ୍ତ ଭାରତୀୟ ଭାଷାକୁ ସମୃଦ୍ଧ କରିବା ଏବଂ ସେଗୁଡିକୁ ଗର୍ବର ସହିତ ଭବିଷ୍ୟତ ପିଢ଼ିକୁ ହସ୍ତାନ୍ତର କରିବା ପାଇଁ ସାମୂହିକ ଭାବରେ କାର୍ୟ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି :
“ଆପଣମାନଙ୍କୁ ହିନ୍ଦୀ ଦିବସର ଶୁଭକାମନା । ହିନ୍ଦୀ କେବଳ ଯୋଗାଯୋଗର ମାଧ୍ୟମ ନୁହେଁ, ବରଂ ଆମର ପରିଚୟ ଏବଂ ମୂଲ୍ୟବୋଧର ଏକ ଜୀବନ୍ତ ଐତିହ୍ୟ । ଏହି ଅବସରରେ ଆସନ୍ତୁ, ଆମେ ସମସ୍ତେ ଏକତ୍ର ହିନ୍ଦୀ ସହିତ ସମସ୍ତ ଭାରତୀୟ ଭାଷାକୁ ସମୃଦ୍ଧ କରିବା ଏବଂ ସେଗୁଡିକୁ ଆଗାମୀ ପିଢ଼ିକୁ ଗର୍ବର ସହିତ ହସ୍ତାନ୍ତର କରିବା ପାଇଁ ସଂକଳ୍ପ ନେବା । ବିଶ୍ୱ ଦରବାରରେ ହିନ୍ଦୀର ବୃଦ୍ଧି ପାଉଥିବା ସମ୍ମାନ ଆମ ସମସ୍ତଙ୍କ ପାଇଁ ଗର୍ବ ଏବଂ ପ୍ରେରଣାର ବିଷୟ ।

Editor 


